ଭୁବନେଶ୍ୱର: ଏଣିକି କୌଣସି ଉଚ୍ଚଶିକ୍ଷା କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ସଦସ୍ୟ ହୋଇ ରହିବେ ନାହିଁ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଏହି ସୂଚନା ଦେଇଛନ୍ତି । ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ବି ଚେତାବନୀ ଦେଇ କହିଛନ୍ତି ଯେ ଯେଉଁ ଅଧ୍ୟାପକମାନେ ଘରୋଇ କୋଚିଂ କରୁଛନ୍ତି, ଆଉ ଏଣିକି ନିସ୍ତାର ନାହିଁ । ସରକାରୀ ଅଧ୍ୟାପକ ପିଲାଙ୍କୁ ଘରୋଇ ଭାବେ ଟ୍ୟୁସନ ଡାକି ଏଣିକି ପଢ଼ାଇ ପାରିବେ ନାହିଁ । ରାଜ୍ୟ ସରକାର ସେଥିପାଇଁ ପଦକ୍ଷେପ ନେବେ । ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଉପରେ ଉଚ୍ଚଶିକ୍ଷା ବିଭାଗ ଶ୍ରୀଘ ବିଜ୍ଞପ୍ତି ପ୍ରକାଶ କରିବ । ପିଲାଙ୍କ ର ଯେଉଁ ବିଷୟରେ ଭଲ ହେଉଛି ସେଥିପ୍ରତି ଅଭିଭାବକ ମାନେ ମଧ୍ୟ ଦୃଷ୍ଟି ଦେବା ଜରୁରୀ । ଯୋର ଜବରଦସ୍ତ ଶିକ୍ଷାଦେଲେ କୌଣସି ମୂଲ୍ୟ ରହିବ ନାହିଁ । ଅଭିଭାବକ ମାନେ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ ବୋଲି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।