34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଇଡିର ନୋଟିସ ବେଆଇନ ଅଟେ: କେଜ୍ରିୱାଲ

ଇଡିର ନୋଟିସ ବେଆଇନ ଅଟେ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସକୁ ଅଣଦେଖା କରିବେ । ବୁଧବାର ପଚରାଉଚରା ପାଇଁ ସେ ଉପସ୍ଥିତ ରହିବେ ନାହିଁ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଏଜେନ୍ସିର ନୋଟିସ ବେଆଇନ ଅଟେ’। ଅନ୍ୟପଟେ ସିଏମ୍‌ଙ୍କ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ହୋଇଥିବା କଥିତ ଭ୍ରଷ୍ଟାଚାର ମାମଲାରେ ପଚରାଉଚରା ପାଇଁ ନୋଟିସ୍ ଜାରି କରିଥିଲା ।

ବୁଧବାର ସକାଳେ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜବାବ ଦେଇଛନ୍ତି । ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଇଡିର ନୋଟିସ ବେଆଇନ ଅଟେ । ଅନ୍ୟପଟେ ଆପ୍ କହିଛି ଯେ ସେମାନଙ୍କ ଉଦେଶ୍ୟ କେଜ୍ରିୱାଲଙ୍କୁ ଗିରଫ କରିବା । କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର କରାଇ ନଦେବା ପାଇଁ ସେମାନେ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ କାହିଁକି ନୋଟିସ୍ ପଠାଗଲା’।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking