29.1 C
Bhubaneswar
Monday, March 9, 2026
Homeଓଡିଶାବଢିଲା ଖାଇବା ତେଲ ଦର

ବଢିଲା ଖାଇବା ତେଲ ଦର

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଧୀରେ ଧୀରେ ଏହାର ପ୍ରଭାବ ଦେଖାଯାଉଛି । ଅର୍ଥାତ, ବଢିଲା ଖାଇବା ତେଲର ଦର । ଚିନ୍ତାରେ ଖାଉଟି । ଲିଟର ପିଛା ୧୦ ଟଙ୍କା ଖାଇବା ତେଲ ବର୍ତ୍ତମାନ ବଢିଥିବା କୁହାଯାଉଛି । କଟକ ମାଲଗୋଦାମରେ ରିଫାଇନ ତେଲ ଆଗରୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩ରୁ ୪ ଦିନ ଭିତରେ ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚିଛି ଅର୍ଥାତ ୧୦ ଟଙ୍କା ବୃ୍‌ଦ୍ଧି ପାଇଛି । ସେହିପରି ପାମୋଲିନ ଅଏଲ ମଧ୍ୟ ଲିଟର ପିଛା ୫ ଟଙ୍କା ବୃଦ୍ଧି ପାଇଛି । ଆଗରୁ ୧୪୦ ଟଙ୍କା ଲିଟର ପିଛା ଦର ଥିବା ବେଳେ ଏବେ ୧୪୫ ଟଙ୍କାକୁ ବୃଦ୍ଧି ପାଇଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ଖାଇବା ତେଲର ଜାହାଜ ଗୁଡିକ ଠିକ ସମୟରେ ପହଞ୍ଚିପାରୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି । ଋଷ , ୟୁକ୍ରେନ ଦେଶରୁ ରିଫାଇନ ଏବଂ ମାଲେସିଆ ଆଦି ଦେଶରୁ ଅଶୋଧିତ ପାମୋଲିନ ଅଏଲ ଆମଦାନୀ କରାଯାଇଥାଏ ତେବେ ଯୁଦ୍ଧ ଆଳରେ ଖାଇବା ତେଲର କଳାବଜାରି ହେବାର ଆଶଙ୍କା ବି ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking