26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶନୀତୀଶଙ୍କ କ୍ୟାବିନେଟ୍ ସମ୍ପର୍କିତ ଏଡିଆର ରିପୋର୍ଟ: ୨୩ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା

ନୀତୀଶଙ୍କ କ୍ୟାବିନେଟ୍ ସମ୍ପର୍କିତ ଏଡିଆର ରିପୋର୍ଟ: ୨୩ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଥିବାବେଳେ ୩୧ ଜଣ ନୂଆ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ୧୬, ଜେଡିୟୁର ୧୧, କଂଗ୍ରେସର ୨ ଓ ଅନ୍ୟ ସହଯୋଗୀ ଦଳର ୨ ମନ୍ତ୍ରୀ ସାମିଲ ଅଛନ୍ତି । ତେବେ ନୀତୀଶଙ୍କ ନବଗଠିତ କ୍ୟାବିନେଟ୍‌ର ୨୩ ଜଣ ମନ୍ତ୍ରୀ (୭୨ ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି ବୋଲି ନିର୍ବାଚନ ୱାଚ୍‌ଡଗ୍ ଏଡିଆର (ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ମଧ୍ୟ ମାମଲା ବିଚାରାଧୀନ ରହିଥିବା ରିପୋର୍ଟରୁ ଜଣାପଡିଛି ।

୨୦୨୦ ବିଧାନସଭା ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ୭୨ ପ୍ରତିଶତ ମନ୍ତ୍ରୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ତେବେ କ୍ୟାବିନେଟ ପାହ୍ୟା ପାଇଥିବା ଜେଡିୟୁର ଅଶୋକ ଚୌଧୁରୀ ବିଧାନ ପରିଷଦର ମନୋନୀତ ସଦସ୍ୟ ହୋଇଥିବାରୁ ସତ୍ୟପାଠ ଦାଖଲ କରିନଥିଲେ । ଫଳରେ ତାଙ୍କର ଅପରାଧିକ ରେକର୍ଡ ସମ୍ପର୍କରେ କୌଣସି ତଥ୍ୟ ଉପଲବ୍ଧ ହୋଇପାରିନାହିିଁ । ଅପରପକ୍ଷରେ ୨୩ ମଧ୍ୟରୁ ୧୭ ଜଣ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ଗୁରୁୁତର ଅପରାଧିକ ମାମଲା ରୁଜୁ କରାଯାଇଥିବା ରିପୋର୍ଟରୁ ଜଣାପଡିଛି । ନୀତୀଶଙ୍କ କ୍ୟାବିନେଟ୍‌ର ୨୭ ଜଣ ମନ୍ତ୍ରୀ କୋଟିପତି ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ସମୀର କୁମାର ମହାସେଠ୍ ସବୁଠାରୁ ଧନୀ ବୋଲି ଜଣାପଡିଛି । ମଧୁବନି ଆସନରୁ ନିର୍ବାଚିତ ଏହି ବିଧାୟକଙ୍କ ସମ୍ପତ୍ତି ପରିମାଣ ୨୪.୪୫ କୋଟି ଟଙ୍କା । ତେବେ ମୁରାରୀ ପ୍ରସାଦ ଗୌତମଙ୍କ ସମ୍ପତ୍ତି ପରିମାଣ ସବୁଠାରୁ କମ (୧୭.୬୬ ଲକ୍ଷ) ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking