ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ଇଡି ସମନ କରିଛି। ନେସନାଲ ହେରାଲଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଜୁଲାଇ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଡକାଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଥିଲେ। କୁହାଯାଇଥିଲା ଯେ, କରୋନା ସଂକ୍ରମିତ ହୋଇଥିବା ସୋନିଆଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ଯେଉଁଥିପାଇଁ ସେ କିଛି ସପ୍ତାହ ପର୍ୟ୍ୟନ୍ତ ଇଡିରେ ହାଜର ହୋଇପାରିବେ ନାହିଁ। ଇଡି ମଧ୍ୟ ତାଙ୍କ ଅନୁରୋଧ ଗ୍ରହଣ କରିଥିଲା। ଇଡି ସୋନିଆଙ୍କୁ କହିଥିଲା ଯେ, ସେ ଅର୍ଥ ହେରଫେର ମାମଲାରେ ଜୁଲାଇ ଶେଷ ଆଡ଼କୁ କୌଣସି ଦିନ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର ହୋଇ ନିଜ ବୟାନ ରେକର୍ଡ଼ କରାଇବେ।