ନୂଆଦିଲ୍ଲୀ:ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଚଢଉ । ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସଞ୍ଜୟ ସିଂଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଚଢଉ କରୁଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ଚଢଉ ହେଉଥିବା ସୂଚନା ମିଳିଛି । ପୂର୍ବରୁ ଗତ ମେ ମାସରେ ସଞ୍ଜୟ ସିଂ ଓ ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ରେଡ୍ ହୋଇଥିଲା । କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।
ସଞ୍ଜୟ ସିଂ ଗତକାଲି ରାତିରେ ତାଇୱାନ ପାଇଁ ଉଡ଼ାଣ ଭରିଥାଆନ୍ତେ । ସେଠାରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । କିନ୍ତୁ ସରକାର ତାଙ୍କୁ ରାଜନୈତିକ ମଞ୍ଜରୀ ପ୍ରଦାନ କରିନଥିଲେ, ତେଣୁ ସେ ଉଡ଼ାଣ ଭରି ପାରିନଥିଲେ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟରେ ଅଭିଯୋଗ ହୋଇଛି, ଅଭିଯୁକ୍ତ ମଦ ବ୍ୟବସାୟୀ ଦୀନେଶ ଆରୋରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଆଉ ସେହି ବୈଠକରେ ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ।
#WATCH | Visuals from outside AAP Rajya Sabha MP Sanjay Singh's residence
ED raids underway at the residence of AAP Rajya Sabha MP Sanjay Singh pic.twitter.com/k6FRDjY12S
— ANI (@ANI) October 4, 2023