19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଏଫଡିଆଇ ନିୟମ ଉଲ୍ଲଂଘନରେ ଫ୍ଲିପକାର୍ଟକୁ ଇଡି ନୋଟିସ

ଏଫଡିଆଇ ନିୟମ ଉଲ୍ଲଂଘନରେ ଫ୍ଲିପକାର୍ଟକୁ ଇଡି ନୋଟିସ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶର ବଡ ଇ କମର୍ସ କମ୍ପାନୀ ଫ୍ଲିପକାର୍ଟ, ଏହାର ଫାଉଣ୍ଡର ସଚିନ ବଂଶଲ ଓ ବିନ୍ନୀ ବଂସଲ ଓ ୯ ଜଣ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଫୋରେକ୍ସ ନିୟମ ଉଲ୍ଲଂଘନ ମାମଲାରେ ନୋଟିସ ଜାରି କରିଛି । ଏହି ନୋଟିସରେ ଇଡି ଏହି ସମସ୍ତଙ୍କଠାରୁ ବିଦେଶୀ ନିବେଶ କାନୁନ ଉଲ୍ଲଂଘନ କରିବା ଅଭିଯୋଗରେ ଜବାବ ମାଗିଛି ।
ଏହାସହିତ ଏମାନଙ୍କ ଉପରେ ସନ୍ତୋଷଜନକ ଉତ୍ତର ନମିଳିବା ଉପରେ ୧୦ ହଜାର କୋଟି ରୁ ଅଧିକ ଜରିମାନା ଲଗାଇବା ଚେତାବନୀ ଦିଆଯାଇଛି । ଏମାନଙ୍କୁ ଜବାବ ଦେବା ପାଇଁ ଇଡି ୯୦ ଦିନ ସମୟ ଦେଇଛନ୍ତି ।
ଇଡି ଅନୁସାରେ, ଫ୍ଲିପକାର୍ଟ ୨୦୦୯ରୁ ୨୦୧୫ ମଧ୍ୟରେ ବିଦେଶୀ ନିବେଶ ପାଇଁ ବିଦେଶୀ ମୁଦ୍ରା ବିନିୟମ ଅଧିନିୟମ ଆକ୍ଟ ନିୟମ ଉଲ୍ଲଂଘନ କରିଥିଲେ । ଏହି ମାମଲାରେ ଫ୍ଲିପକାର୍ଟ ବି ଏକ ବୟାନ ଜାରି କରିଥିଲା ।
କମ୍ପାନୀ ନିଜ ବୟାନରେ କହିଥିଲା, ଫ୍ଲିପକାର୍ଟ ବିଦେଶୀ ନିବେଶ କାନୁନ ସମେତ ଭାରତ ର ସମସ୍ତ ଆଇନ ଓ ନିୟମକୁ ପାଳନ କରିଆସୁଛି । ଇଡି ନୋଟିସ ଅନୁସାରେ, ଏହି ମାମଲା ୨୦୦୯ରୁ ୨୦୧୫ ମଧ୍ୟରେ ହୋଇଛି । ଆମେ ଏହି ମାମଲାରେ ଇଡି ଅଧିକାରୀଙ୍କୁ ତାଙ୍କ ତଦନ୍ତରେ ପୁରା ସହଯୋଗ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking