28.1 C
Bhubaneswar
Friday, September 20, 2024
Homeଓଡିଶାପ୍ରଫୁଲ୍ଲ ସାମଲଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଇଡିର ଜେରା

ପ୍ରଫୁଲ୍ଲ ସାମଲଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଇଡିର ଜେରା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ଇଡିର ଅଧିକାରୀମାନେ ଶ୍ରୀ ସାମଲଙ୍କୁ ଦୀର୍ଘ ୮ ଘଣ୍ଟା ଧରି ପଚରାଉଚରା କରିଛନ୍ତି । ଏହି ଜେରା ସମୟରେ ଇଡି ଅନେକ ତଥ୍ୟ ହାସଲ କରିଛି । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ବିଧାୟକ ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି ।

ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି । ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଧାୟକ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଏହାକୁ ନେଇ ସେ ଆଜି ଇଡିରେ ହାଜର ହୋଇଥିଲେ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଚଢ଼ଉ କରିଥିଲା । ଭୁବନେଶ୍ୱର ଓ ଭଦ୍ରକର ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲେ । ଏହି ସମୟରେ ଇଡି ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking