ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାର ତଦନ୍ତ ଚଳାଇଛି । ଇତି ମଧ୍ୟରେ ରାଞ୍ଜିରେ ଥିବା ସୋରେନ୍ଙ୍କ ୮.୮୬ ଏକର ଜମିକୁ ଇଡି ବାଜ୍ୟାପ୍ତ କରିଥିବା ଗୁରୁବାର ସୂଚନା ମିଳିଛି । ଉକ୍ତ ସମ୍ପତ୍ତିର ମୂଲ୍ୟ ୩୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ୪୮ ବର୍ଷୀୟ ସୋରେନ୍ଙ୍କ ସମତେ ଇଡି ଭାନୁପ୍ରତାପ ପ୍ରସାଦ, ରାଜକୁମାର ପହାନ୍, ହିଲାରିୟସ୍ କଚ୍ଛପ୍ ଏବଂ ବିନୋଦ ସିଂହଙ୍କ ବିରୋଧରେ ଇଡି ମାର୍ଚ୍ଚ ୩୦ରେ ସ୍ୱତନ୍ତ୍ର ଏମ୍ପିଏମ୍ଏଲ୍ଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । କୋର୍ଟ ଗୁରୁବାର ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଥିବା ଇଡି କହିଛି । ଉକ୍ତ ୮.୮୬ ଏକର ଜମିକୁ ଜବତ କରିବା ଲାଗି ଇଡି କୋର୍ଟଙ୍କୁ ନିବେଦନ କରିଛି । ଗତ ଜାନୁଆରୀରେ ଇଡି ସୋରେନ୍ଙ୍କୁ ଗିରଫ କରିଥିବା ବେଳେ ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଏବେ ବିଚାରାଧୀନ କଏଦୀ ଭାବେ ରାଞ୍ôଚର ବିର୍ସାମୁଣ୍ଡା କେନ୍ଦ୍ରୀୟ ଜେଲ୍ରେ ଅଛନ୍ତି ।