18.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶୟୁପି ନିର୍ବାଚନ ନେଇ ଇସିଙ୍କ ସ୍ପଷ୍ଟୀକରଣ : ନିର୍ବାଚନ ଦାବି କରୁଛନ୍ତି ସବୁ ଦଳ

ୟୁପି ନିର୍ବାଚନ ନେଇ ଇସିଙ୍କ ସ୍ପଷ୍ଟୀକରଣ : ନିର୍ବାଚନ ଦାବି କରୁଛନ୍ତି ସବୁ ଦଳ

ନୂଆଦିଲ୍ଲୀ :  ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୨ ପ୍ରାରମ୍ଭରେ ଉତ୍ତରପ୍ରଦେଶ (ୟୁପି)ରେ ବିଧାନସଭା ନିର୍ବାଚନ ହେବ କି ନାହିଁ, ସେଥିନେଇ ସ୍ଥିତି ଅସ୍ପଷ୍ଟ ରହିଛି । ଆହ୍ଲାବାଦ ହାଇକୋର୍ଟ ଇତିମଧ୍ୟରେ ଏହି ନିର୍ବାଚନକୁ ଅତିକମରେ ୨/୩ ମାସ ସ୍ଥଗିତ ରଖିବାକୁ ନିର୍ବାଚନ କମିଶନ (ଇସି)ଙ୍କୁ ପରାମର୍ଶ ଦେଇସାରିଛନ୍ତି । ଇସି ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ସ୍ଥିତି ସମୀକ୍ଷା କରିସାରିଛନ୍ତି । ତେବେ ଗୁରୁବାର ଇସି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ପଷ୍ଟୀକରଣ ଦେଇଛନ୍ତି ।

କୋଭିଡ୍ ପ୍ରୋଟକଲ ମଧ୍ୟରେ ୟୁପିରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ଅନୁଷ୍ଠିତ କରାଯାଉ ବୋଲି କ୍ଷମତାସୀନ ବିଜେପିଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, କଂଗ୍ରେସ ଭଳି ଦଳ ଇସିଙ୍କ ନିକଟରେ ଦାବି ଜଣାଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁଶୀଲ ଚନ୍ଦ୍ରା କହିଛନ୍ତି । ଅପରପକ୍ଷରେ ୟୁପି ନିର୍ବାଚନରେ ଭୋଟଦାନ ସମୟସୀମା ୧ ଘଣ୍ଟା ବୃଦ୍ଧି କରାଯିବ ବୋଲି ସିଇସି କହିଛନ୍ତି । ଫଳରେ ଭୋଟରମାନେ ଭୋଟଦାନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିପାରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ୨୦୨୨ ପ୍ରାରମ୍ଭରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking