27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଚିକେନ୍ ଖାଇବା ଦ୍ଵାରା ବଢିଥାଏ କୋଲେଷ୍ଟ୍ରଲ, ଜାଣନ୍ତୁ କିପରି...

ଚିକେନ୍ ଖାଇବା ଦ୍ଵାରା ବଢିଥାଏ କୋଲେଷ୍ଟ୍ରଲ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ: ଭାରତରେ ପ୍ରାୟତଃ ଲୋକ ଆମିଷ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ଲୋକ ଅଛନ୍ତି ଯିଏ ଶାକାହାରୀ ଖାଇଥାଆନ୍ତି। ନ୍ୟାଶନାଲ ଫ୍ୟାମିଲି ହେଲଥ ସର୍ଭେର ୨୦୧୫-୧୬ରେ ଜଣାପଡିଛି ୭୮% ମହିଳା ୭୦% ପୁରୁଷ ଭାରତରେ ଆମିଷ ଖାଦ୍ୟ ଖାଉଛନ୍ତି। ଏପରି ପରିସ୍ଥିତିରେ, ଚିକେନ୍ ଅଧିକାଂଶ ଲୋକଙ୍କ ପସନ୍ଦ ଅଟେ କାରଣ ଏଥିରେ ଲାଲ୍ ମାଂସ ଅପେକ୍ଷା କମ୍ ଚର୍ବି ଥାଏ ଏବଂ ଏହାର ମୂଲ୍ୟ ମଧ୍ୟ ଅଧିକ ନୁହେଁ। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଚିକେନ୍ ଖାଇବା ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବଢାଏ କି ନାହିଁ, ଆସନ୍ତୁ ଜାଣିବା।
ଲାଲ୍ ମାଂସରେ ଥିବା ସନ୍ତୁଳିତ ଚର୍ବି ହେତୁ କୋଲେଷ୍ଟ୍ରଲ୍ର ସ୍ତର ବଢିଯାଏ। ତେଣୁ ଅନେକ ଡାଏଟିସିଆନ୍ ମଧ୍ୟ ଚିକେନ୍କୁ ନନ୍ଭେଜ୍ ଆଇଟମ୍ର ସୁସ୍ଥ ଖାଦ୍ୟ ବୋଲି ମାନନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ।ଚିକେନ୍ ଖାଇବା ଦ୍ଵାରା ଶରୀରର ପ୍ରୋଟିନ୍ ଆବଶ୍ୟକତାକୁ ପୂରଣ କରେ। କିନ୍ତୁ ଅଧିକରୁ ଅଧିକ ଖାଇବା ଦ୍ଵାରା ଖାଇବା ଦ୍ଵାରା କ୍ଷତିକାରକ ବୋଲି ପ୍ରମାଣ ହୁଏ। ଚିକେନ୍ ସହ ବି ଏହା ହୁଏ।
ଚିକେନ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କିମ୍ବା କ୍ଷତିକାରକ ହେବ। ଏହା ଉପରେ ନିର୍ଭର କରିବ ଯେ ଆପଣ ଏହି ନନ୍-ଭେଜ୍ ଆଇଟମ୍ କିପରି ରାନ୍ଧନ୍ତି। ଚିକେନ୍ ରାନ୍ଧିବାରେ ଯଦି ଆପଣ ଅଧିକ ତେଲ ବ୍ୟବହାର କରୁଛନ୍ତି। ଯେଉଁଥିରେ ଅଧିକ ପରିମାଣରେ ଚର୍ବି ଥାଏ ତେବେ ଏହା କୋଲେଷ୍ଟ୍ରଲ୍ ବୃଦ୍ଧି କରିବ ।
ଚିକେନ୍ରେ ଥିବା ପୁଷ୍ଟିକର ଖାଦ୍ୟ –
-ପ୍ରୋଟିନ୍- ୨୭.୦୭ ଗ୍ରାମ
କୋଲେଷ୍ଟ୍ରଲ – ୮୭ ମି.ଗ୍ରା
-ଫ୍ୟାଟ୍- ୧୩.୫ ଗ୍ରାମ
-କାଲୋରୀ- ୨୩୭ ମି.ଗ୍ରା
-କ୍ୟାଲସିୟମ୍- ୧୫ ମି.ଗ୍ରା
-ସୋଡିୟମ୍ ୪୦୪ ମି.ଗ୍ରା
ଭିଟାମିନ୍ ଏ – ୧୬୦ ମାଇକ୍ରୋଗ୍ରାମ୍
-ଆଇରନ୍- ୧.୨୫ ମି.ଗ୍ରା
-ପୋଟାସିୟମ୍- ୨୨୧ ମି.ଗ୍ରା
ଚିକେନ୍ ପ୍ରସ୍ତୁତ କରିବାରେ ଯଦି ଆପଣ ଅଧିକ ବଟର, ତେଲ କିମ୍ବା ଅନ୍ୟ କୌଣସି ସନ୍ତୁଳିତ ଚର୍ବି ବ୍ୟବହାର କରନ୍ତି। ତେବେ ନିଶ୍ଚିତ ଭାବରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେବ। ବଟର ଚିକେନ୍, ଚିକେନ୍ ଚାଙ୍ଗଜି, କଢାଇ ଚିକେନ୍ ଏବଂ ଆଫଗାନି ଚିକେନ୍ ଇତ୍ୟାଦିରେ ଚର୍ବି ବୃଦ୍ଧି କରେ।
ଯଦି ଆପଣ ଚାହାଁନ୍ତି ଯେ ଚିକେନ୍ ଖାଇବା ଦ୍ୱାରା ରକ୍ତରେ ଖରାପ କୋଲେଷ୍ଟ୍ରଲ ବଢିନଥାଏ, ତେବେ ଏଥିପାଇଁ ଆପଣ କିଛି ବିଶେଷ ରେସିପି ଚୟନ କରିପାରିବେ। ଯେପରିକି ଚିକେନ୍ ସୁପ୍, କମ୍ ତେଲରେ ତିଆରି ଚିକେନ୍ ତନ୍ଦୁରି, କୋଇଲାରେ ରନ୍ଧା ହୋଇଥିବା ଚିକେନ୍ କବାବ୍। ଏହି ସମସ୍ତ ଖାଦ୍ୟ ପଦାର୍ଥରେ ରନ୍ଧା ତେଲ ଏବଂ ବଟର ବ୍ୟବହାର ବହୁତ କମ୍, ତେଣୁ ସେମାନେ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତି କରନ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking