22.1 C
Bhubaneswar
Sunday, November 17, 2024
Homeଲାଇଫ୍ ଷ୍ଟାଇଲ୍ତରକାରୀ ରାଗ ହୋଇଥିଲେ ଏହିସବୁ ଟିପ୍ସକୁ ଫଲୋ କରନ୍ତୁ

ତରକାରୀ ରାଗ ହୋଇଥିଲେ ଏହିସବୁ ଟିପ୍ସକୁ ଫଲୋ କରନ୍ତୁ

ବ୍ୟୁରୋ : ଭୋଜନରେ ସମସ୍ତ ମସଲାର ପରିମାଣ ଏକଦମ ଠିକ ରହିବା ନିହାତି ଆବଶ୍ୟକ । ଏହା ଭିତରୁ ଯଦି କୌଣସିଟି ବି ଟିକେ କମ ବେଶୀ ହୁଏ ତେବେ ଖାଦ୍ୟର ସ୍ୱାଦ ବିଗିଡିଯାଏ । ଠିକ ସେମିତି ହେଉଛି ଖାଦ୍ୟରେ ରାଗର ପରିମାଣ । ରାଗ ଟିକେ ବି କମ ବେଶୀ ହେଲେ ତରକାରୀର ସ୍ୱାଦ ପୁରା ଓଲଟା ହୋଇଯାଏ । ଏମିତିକି ଟିକେ ଅଧିକ ରାଗ ହେଲେ ଛୋଟ ପିଲା ବୟସ୍କ ବ୍ୟକ୍ତି ମାନେ ଖାଇପାରନ୍ତି ନାହିଁ ।
ଆଉ ଏମିତି ପରିସ୍ଥିତି ହୁଏ ଯେ ପୁରା ତରକାରୀ ଫୋପାଡ଼ିବାକୁ ପଡିଥାଏ । କିନ୍ତୁ କିଛି ସହଜ ଟିପ୍ସ ବ୍ୟବହାର କରି ତରକାରୀର ସ୍ପାଇଶ୍କୁ କମାଇ ଅଧିକ ସ୍ୱାଦିଷ୍ଟ କରିପାରିବେ । ତେବେ ଆସନ୍ତୁ ସେବିଷୟରେ ଜାଣିବା..
ଦହି:
ମସଲାଦାର ତରକାରୀରେ ରାଗ ପରିମାଣକୁ କମ ବେଶୀ କରିବା ପାଇଁ ଆବଶ୍ୟକତା ଅନୁସାରେ ଦହି ମଧ୍ୟ ମିଶେଇ ପାରିବେ । ତରକାରୀର ସ୍ୱାଦ ଦୁଇ ଗୁଣା ବଢିଥାଏ ।
ଟମାଟୋ ପେଷ୍ଟ:
ତରକାରୀରୁ ରାଗ କମାଇବା ପାଇଁ ଆପଣ ଟମାଟୋ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଏକ ପ୍ୟାନରେ କିଛି ତେଲ ଗରମ କରନ୍ତୁ । ଏବେ ସେଥିରେ ଦରକାର ଅନୁଯାୟୀ ଟମାଟୋ ପେଷ୍ଟ କିମ୍ବା ପ୍ୟୁରି ଦେଇ ଫ୍ରାଏ କରନ୍ତୁ ।
ଚିନି:
ପନିର କିମ୍ବା କୋଫତା କରୀରେ ରାଗ କମାଇବା ପାଇଁ ଆପଣ ଏଥିରେ ଚିନି ମିଶେଇ ପାରିବେ । ଦରକାର ଅନୁଯାୟୀ ଚିନି ମିଶାଇ ଗ୍ରେଭିକୁ ଗରମ କରି ଦିଅନ୍ତୁ । ରାଗ କମ ହେବା ସହ ସ୍ୱାଦ ମଧ୍ୟ ବଢିବ ।
ବେସନ:
ସୁଖା ତରକାରୀରେ ରାଗ କମ ବେଶୀ କରିବା ପାଇଁ ଆପଣ ବେସନ ବ୍ୟବହାର କରିପାରିବେ । ଏଥିପାଇଁ ଏକ ପ୍ୟାନରେ କିଛି ବେସନ ଭାଜି ଦିଅନ୍ତୁ । ପରେ ଏହାକୁ ତରକାରୀରେ ମିଶେଇ ଦିଅନ୍ତୁ । ଏହା ଦ୍ୱାରା ରାଗ କମିବା ସହ ସ୍ୱାଦ ବଢିଥାଏ ।
ଘିଅ,ଲହୁଣୀ ଓ ଦହି:
କୌଣସି ବି ତରକାରୀରେ ଯଦି ରାଗ ଅଧିକ ହୋଇଯାଇଛି ତେବେ ସେଥିରେ ଆପଣ ଘିଅ, ଲହୁଣୀ କିମ୍ବା ଫ୍ରେସ କ୍ରିମ ମିଶେଇ ପାରିବେ । ଏହାଦ୍ୱାରା ତାରକାରୀର ରାଗ ଦୂର ହେବା ସହ ଅଧିକ ସ୍ୱାଦିଷ୍ଟ ଲାଗିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking