32.1 C
Bhubaneswar
Saturday, April 4, 2026
Homeଓଡିଶାଓଡ଼ିଶାରେ ପ୍ରବଳ ବିରୋଧ ପରେ ପୂର୍ବତଟ ରେଳବାଇର ସ୍ପଷ୍ଟୀକରଣ

ଓଡ଼ିଶାରେ ପ୍ରବଳ ବିରୋଧ ପରେ ପୂର୍ବତଟ ରେଳବାଇର ସ୍ପଷ୍ଟୀକରଣ

ଭୁବନେଶ୍ୱର: ପୂର୍ବତଟ ରେଳପଥ ସଙ୍କୁଚିତ ପ୍ରସଙ୍ଗରେ ପୂର୍ବତଟ ରେଳବାଇର ସ୍ପଷ୍ଟୀକରଣ ଓଡିଶାରୁ ଏକ ଇଞ୍ଚ ମଧ୍ୟ ରେଳ ପଥ ଅନ୍ୟ ରାଜ୍ୟକୁ ଯାଇନାହିଁ । ଓଡିଶାର ଏକ ଇଞ୍ଚ ରେଳ ଟ୍ରାକ ମଧ୍ୟ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହୋଇନାହିଁ । ଓଡିଶାର କୌଣସି ରାଜସ୍ୱ କ୍ଷତି ହେବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପୂର୍ବତଟ ରେଳବାଇ କହିଛି, ଓଡିଶାରେ ରେଳ ଭିତ୍ତିଭୂମିରେ ବିକାଶ ପାଇଁ ୯୩ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି । ରେଳ ବଜେଟ ଆବଣ୍ଟନ ଯଥେଷ୍ଟ ବୃଦ୍ଧି ପାଇଛି । ଗତ ୩ ବର୍ଷ ଧରି ନିରନ୍ତର ୧୦ ହଜାର କୋଟିରୁ ଅଧିକ ଓଡିଶା ପାଇଛି । ରାୟଗଡା ଡିଭିଜନକୁ ଅନୁମୋଦନ କରାଯାଇଛି । ଏହାର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ରାଜସ୍ୱ କ୍ଷତି ଉପରେ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ପଲାସା- ଇଚ୍ଛାପୁରମ ସେକ୍ସନରେ କୌଣସି ବଡ ମାଲ ପରିବହନ ଆୟ ଉତ୍ପାଦନ କରୁଥିବା ଷ୍ଟେସନ ନାହିଁ । ତେଣୁ ପୂର୍ବତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ ତେବେ ଓଡିଶା ସର୍ବାଧିକ ରାଜସ୍ୱ ସୃଷ୍ଟିକାରୀ କେକେ ଲାଇନ କୋଥାଭାଲସା- କିରାଣ୍ଡୁଲ(ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ଅଞ୍ଚଳ) ସମେତ ରାୟଗଡା ଡିଭିଜନରେ ଅଛି । ତେଣୁ ପୂର୍ବତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking