27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶନେପାଳ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ନେପାଳ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀନେପାଳ ଓ ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ ଝଟକା। ନେପାଳରେ ବିଳମ୍ୱିତ ରାତିରେ ୪.୭ ଓ ୫.୩ ତିବ୍ରତାରେ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଉତ୍ତରାଖଣ୍ଡରେ ଏହାର ତିବ୍ରତା କମ ରହିଥିଲା। ତେବେ ବର୍ତ୍ତମାନ ଯାଏ ଭୂକମ୍ପରେ କୌଣସି କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏନେଇ ଏନଇଏମଆରସି କହିଛି, ବୁଧବାର ବାଗଲୁଙ୍ଗ ଜିଲ୍ଲାରେ ୪.୭ ଓ ୫.୩ ତୀବ୍ରତାରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। କେନ୍ଦ୍ରରେ ମିଳିଥିବା ରିଡିଂ ଅନୁସାରେ, ବାଗଲୁଙ୍ଗ ଜିଲ୍ଲାରେ ରାତି ପ୍ରାୟ ୧:୩୦ ରେ ୪.୭ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା।  ଏନଇଏମଆରସି ଅନୁସାରେ ୫:୩ ତୀବ୍ରତାର ଦ୍ୱିତୀୟ ଭୂକମ୍ପ ବଗଲୁଙ୍ଗ ଜିଲ୍ଲା ଖୁଙ୍ଗା ନିକଟରେ ବିଳମ୍ୱିତ ରାତି ୨ ଟା ୭ ସମୟରେ ଅନୁଭୂତ ହୋଇଥିଲା। ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିନାହିଁ।

ଅନ୍ୟପଟେ ଭାରତର ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ ବୁଧବାର ଉତ୍ତରାଖଣ୍ଡ ସ୍ଥିତ ଉତ୍ତରକାଶୀରେ ୩.୨ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ରାତି ପ୍ରାୟ ୨ ଟା ୧୯ ସମୟରେ ଅନୁଭୂତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking