29.1 C
Bhubaneswar
Tuesday, February 10, 2026
Homeଓଡିଶାଘୁ. ଉଦୟଗିରିରେ ଭୂମିକମ୍ପ ଝଟକା ଅନୁଭୂତ 

ଘୁ. ଉଦୟଗିରିରେ ଭୂମିକମ୍ପ ଝଟକା ଅନୁଭୂତ 

ଘୁ. ଉଦୟଗିରି: ଜି. ଉଦୟଗିରିରେ ଭୂମିକମ୍ପ ଝଟକା ଅନୁଭୂତ। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଗତରାତି ପ୍ରାୟ ୧୧ଟା ୨ ମିନିଟ ସମୟରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ବେଶୀ ନଥିବାରୁ କୌଣସି କ୍ଷୟ କ୍ଷତି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ତଥାପି ହଠାତ୍ ଭୂମିକମ୍ପ ସହିତ ଶବ୍ଦ ହେବାରୁ ଲୋକମାନେ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ସମୟ ପାଇଁ ଘର ଓ ଆସବାବପତ୍ର କମ୍ପିଥିବା ଅନୁଭୂତ ହୋଇଥିଲା। ଦୀର୍ଘ ବର୍ଷ ପରେ ଘୁ. ଉଦୟଗିରି ଅଞ୍ଚଳରେ ଏପରି ଭୂମିକମ୍ପ ଅନୁଭୂତ ହେବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆପାତଃ କାଳୀନ ସୂଚନା ଜାରି ହୋଇନଥିବା ବେଳେ, ସ୍ଥାନୀୟ ଲୋକମାନଙ୍କୁ ଭୟଭୀତ ନହୋଇ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking