18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶମିଆଁମାରରେ ଭୂମିକମ୍ପ ଝଟକା ଅନୁଭୂତ

ମିଆଁମାରରେ ଭୂମିକମ୍ପ ଝଟକା ଅନୁଭୂତ

ମିଆଁମାର: ମିଆଁମାରରେ ଭୂମିକମ୍ପ ଝଟକା ଅନୁଭୂତ। ଶନିବାର ପ୍ରତ୍ୟୁଷରେ ମିଆଁମାରରେ ୩.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ସୂଚନା ଦେଇଛି। ଏନସିଏସ ଅନୁଯାୟୀ, ସକାଳ ୦୭:୧୪ (ଭାରତୀୟ ସମୟ) ସମୟରେ ୧୧୫ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ରିପୋର୍ଟ ହୋଇନାହିଁଏହା ପୂର୍ବରୁ ଗୁରୁବାର ମିଆଁମାରରେ ୩.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ବୁଧବାର ଦିନ, ଏହି ଅଞ୍ଚଳରେ ୧୩୮ କିଲୋମିଟର ଗଭୀରତାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking