ମିଆଁମାର: ମିଆଁମାରରେ ଭୂମିକମ୍ପ ଝଟକା ଅନୁଭୂତ। ଶନିବାର ପ୍ରତ୍ୟୁଷରେ ମିଆଁମାରରେ ୩.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ସୂଚନା ଦେଇଛି। ଏନସିଏସ ଅନୁଯାୟୀ, ସକାଳ ୦୭:୧୪ (ଭାରତୀୟ ସମୟ) ସମୟରେ ୧୧୫ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ। ଏହା ପୂର୍ବରୁ ଗୁରୁବାର ମିଆଁମାରରେ ୩.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ବୁଧବାର ଦିନ, ଏହି ଅଞ୍ଚଳରେ ୧୩୮ କିଲୋମିଟର ଗଭୀରତାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।










