ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ଗୁରୁବାର ରାତିରେ ଭୂ-କମ୍ପ ଅନୁଭୂତ ହୋଇଥିଲା ବୋଲି ସୂଚନା ମିଳିଛି । ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଭୂ-କମ୍ପର ଝଟକା । ଭୂ-କମ୍ପ ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଥିଲା । ଭୂ-କମ୍ପର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ରାତିରେ ଲୋକ ଭୟରେ ଘରୁ ବାହାରି ଏଣେତେଣେ ଦୌଡିବା ପଳାଇଥିଲେ । ରାତିର ଶାନ୍ତ ପରିବେଶ ଭୂ-କମ୍ପରେ ଅଶାନ୍ତ ହୋଇପଡ଼ିଥିଲା । ଭୂ-କମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ହିମାଚଳ ପ୍ରଦେଶ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭୂ-କମ୍ପ ଅନୁଭୂତ ହୋଇଥିଲା ବୋଲି ସୂଚନା ମିଳିଛି ।