36.1 C
Bhubaneswar
Sunday, April 12, 2026
Homeଦେଶ ବିଦେଶଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀର

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀର ଡୋଡାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୋର୍ ସକାଳ ୪ଟା ୨୨ ମିନିଟ୍‌ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏଥିରେ କିଛି କ୍ଷୟକ୍ଷତି କିମ୍ବା ମୃତାହତ ହେବାର ଖବର ଆସିନଥିଲେ ମଧ୍ୟ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଏହାର ଠିକ୍ ୧୦ ମିନିଟ୍ ପରେ, ଏଠାରେ ଆଉ ଏକ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩। ଭୂମିକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ ଓ କାଶ୍ମୀରର କଟରାରୁ ୯୨ କିଲୋମିଟର ଦୂରରେ ଥିଲା। ଏହା ପୂର୍ବରୁ ଶନିବାର ସକାଳେ ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳର ହିଙ୍ଗୋଲି ଜିଲାରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଝଟକା ନାନ୍ଦେଡ଼ ଏବଂ ପରଭାନୀ ଜିଲାର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ହିଙ୍ଗୋଲି ଜିଲାର ଭାସମତ ତାଲୁକାର ଶିରଲି ଗ୍ରାମ ନିକଟରେ ଭୂମି ତଳେ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking