17.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଇମ୍ଫାଲରେ ୪.୦ ତୀବ୍ରତାର ଭୂକମ୍ପ

ଇମ୍ଫାଲରେ ୪.୦ ତୀବ୍ରତାର ଭୂକମ୍ପ

ଇମ୍ଫାଲ:ମଣିପୁରରେ ଭୂକମ୍ପ ଝଟକା। ମଣିପୁରର ଇମ୍ଫାଲରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୧୭ମିନିଟରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇମ୍ଫାଲର ଉତ୍ତରରୁ ୪୧ କିଲୋମିଟ ଦୂରରେ ଅନୁଭୂତ ହୋଇଥିଲା। ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ। ଏହା ପୂର୍ବରୁ ଡିସେମ୍ବର ୨୬ରେ ମଣିପୁର ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ, ନଭେମ୍ବରରେ ଇରାଙ୍ଗରେ ୩.୫ ତୀବ୍ରତାର ଭୂକମ୍ପ ଓ ଅକ୍ଟୋବର ୧୬ରେ ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଝଟକା ମଧ୍ୟ ଅନୁଭୂତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking