32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଳୀ: ଆଜି ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି । ମାଲେସିଆର କୁଆଲାଲମ୍ପୁରରେ ୫୦୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି । ଏନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର।

ଫିଲିପାଇନ୍ସର ମାନିଲା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୧୫୭ କିଲୋମିଟର ଦୂରରେ ୬.୪ ତୀବ୍ରତାର ଏକ ଭୂକମ୍ପ ହୋଇଛି । ଏହି ଦୁଇ ଦେଶ ସହିତ ଇଣ୍ଡୋନେସିଆର ସମୁଦ୍ରରେ ମଧ୍ୟ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମୀ ହେବା ନେଇ ଚେତାବନୀ ଦିଆଯାଇ ନାହିଁ । ଭୂକମ୍ପରେ କୌଣସି କ୍ଷତି ହୋଇଥିବା ମଧ୍ୟ ସୂଚନା ମିଳି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking