ପୋର୍ଟ : କ୍ୟାରିବିୟାନ୍ ଦେଶ ହାଇତିର ଦକ୍ଷିଣାଞ୍ଚଳ ଜେରେମୀ ସହର ନିକଟରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪.୯ ମପାଯାଇଛି ।
ଭୂକମ୍ପ କାରଣରୁ ଏକ ଘର ଭୁଶୁଡ଼ି ପଡ଼ି ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସେହିପରି ଅନ୍ୟ କେତେକ ସ୍ଥାନରେ ବହୁ ଲୋକ ଆହତ ହୋଇଛନ୍ତି । ଏହା ମଧ୍ୟରେ କେତେକ ଶିଶୁ ମଧ୍ୟ ସାମିଲ । ଭୂକମ୍ପର କେନ୍ଦ୍ର ଭୂମିର ୧୦ କିମି ଗଭୀରରେ ଥିବା ଆମେରିକା ଜିଓଲଜିକାଲ୍ ସର୍ଭେ ପକ୍ଷରୁ କୁହାଯାଇଛି ।