ନୂଆଦିଲ୍ଲୀ: ଟ୍ୱିଟର ଅକ୍ଷର ସୀମାକୁ ୨୮୦ ରୁ ୧୦,୦୦୦କୁ ବୃଦ୍ଧି କରାଯାଇଛି । ଏଣିକି କୌଣସି ବାଧା ବିନା ସମଗ୍ର ଆର୍ଟିକିଲ୍ ଲେଖାଯାଇପାରିବ । କେବଳ ଏତିକି ନୁହେଁ, ବର୍ତ୍ତମାନ ବୋଲ୍ଡ ଏବଂ ଇଟାଲିକ୍ ଭଳି ଟେକ୍ସଟ୍ ଫର୍ମାଟିଂ ମଧ୍ୟ ଟ୍ୱିଟରରେ ବ୍ୟବହାର କରାଯାଇପାରିବ । ଏହାଦ୍ୱାରା କଣ୍ଟେଣ୍ଟ ରାଇଟର ଟ୍ୱିଟରରୁ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ତେବେ ଏହି ସମସ୍ତ ବୈଶିଷ୍ଟ୍ୟ କେବଳ ଟ୍ୱିଟର ବ୍ଲ୍ୟୁ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ।
ଭାରତରେ ଟ୍ୱିଟର ବ୍ଲୁ ପାଇଁ ମୋବାଇଲ୍ ବ୍ୟବହାରକାରୀଙ୍କୁ ୯୦୦ ଏବଂ ୱେବ୍ ବ୍ୟବହାରକାରୀଙ୍କୁ ମାସକୁ ୬୫୦ ଦେବାକୁ ପଡ଼ିବ । ଟ୍ୱିଟର ଲେଖିଛି, ‘ଆମେ ଟ୍ୱିଟରରେ ଲେଖା ଏବଂ ପଢ଼ିବା ଅଭିଜ୍ଞତାକୁ ଉନ୍ନତ କରୁଛୁ! ଆଜିଠାରୁ ଏହା ଆରମ୍ଭ ହେଉଛି । ଟ୍ୱିଟର ବର୍ତ୍ତମାନ ବୋଲ୍ଡ ଏବଂ ଇଟାଲିକ୍ ଟେକ୍ସଟ୍ ଫର୍ମାଟିଂ ସହିତ ୧୦,୦୦୦ ଶବ୍ଦର ଟ୍ୱିଟ୍କୁ ଅନୁମତିଦେଉଛି । ଏହି ନୂତନ ବୈଶିଷ୍ଟ୍ୟଗୁଡିକର ଲାଭ ଉଠାଇବା ପାଇଁ ଟ୍ୱିଟର ବ୍ଲୁ ପାଇଁ ସାଇନ୍ ଅପ୍ କରନ୍ତୁ ଏବଂ ଆବେଦନ କରନ୍ତୁ । ସିଧାସଳଖ ଟ୍ୱିଟର୍ରେ ରୋଜଗାର କରିବାକୁ ଆପଣଙ୍କ ଆକାଉଣ୍ଟରେ ସଦସ୍ୟତା ସୁନିଶ୍ଚିତ କରନ୍ତୁ । ଆଜି ଆବେଦନ କରିବାକୁ, ସେଟିଂସମୂହରେ “ମୋନେଟାଇଜେସନ୍’ ଟ୍ୟାପ୍ କରନ୍ତୁ ।