19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶ୨୦୨୨-୨୩ ସୁଦ୍ଧା ଜାରି ହେବ ଇ-ପାସପୋର୍ଟ

୨୦୨୨-୨୩ ସୁଦ୍ଧା ଜାରି ହେବ ଇ-ପାସପୋର୍ଟ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ବଜେଟରେ ଇ ପାସପୋର୍ଟକୁ (E-Passport) ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି । ପାସପୋର୍ଟରେ ଚିପ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ ବଜେଟରେ ବ୍ୟବସ୍ଥା କରାଯାଇଛି।

କୋରୋନା କଟକଣା ମଧ୍ୟରେ ଦେଶର ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଉଛି। ଏହି ବଜେଟରେ ଆତ୍ମନିର୍ଭର ଭାରତକୁ ଅଧିକ ଧ୍ୟାନ ଦିଆଯାଇଛି । ଚଳିତ ଆର୍ଥିକ ବଜେଟରେ ଇ ପାସପୋର୍ଟକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ସରକାର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସହ ଚିପ ବ୍ୟବହାର କରାଯିବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି। ଦେଶରେ ପ୍ରଥମ ଥର ନାଗରିକଙ୍କ ପାଇଁ ଇ ପାସପୋର୍ଟ ବ୍ୟବସ୍ଥା କରାଯାଇଛି।

ଇ-ପାସପୋର୍ଟ ଯୋଜନା ଏବେକାର ନୁହେଁ , ଏନେଇ ପ୍ରଥମେ ବିଦେଶମନ୍ତ୍ରୀ ଏସ୍ ଜୟଶଂକର ଘୋଷଣା କରିଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରତିଭାସିଂ ପାଟିଲ ୨୦୦୮ ମସିହାରେ ବି ବାୟୋମେଟ୍ରିକ ସୂଚନା ଥିବା ପ୍ରଥମ ଇ-ପାସପୋର୍ଟ ଜାରି କରିଥିଲେ । ବର୍ତମାନ ଜର୍ମାନ, ବ୍ରିଟେନ ଓ ବାଂଲାଦେଶରେ ଇ-ପାସପୋର୍ଟର ପ୍ରଚଳନ ଆରମ୍ଭ ହୋଇଯାଇଛି । ବିଦେଶ ସଚିବ କହିଛନ୍ତି କି ଏହି ଇ-ପାସପୋର୍ଟ ମହାରାଷ୍ଟ୍ର ନାଶିକରେ ଥିବା ସିକ୍ୟୁରିଟି ପ୍ରେସରେ ପ୍ରସ୍ତୁତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking