27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡ଼ାଇବା ନେଇ ଧମକପୂର୍ଣ୍ଣ ଇ- ମେଲ

ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡ଼ାଇବା ନେଇ ଧମକପୂର୍ଣ୍ଣ ଇ- ମେଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଥୁରା ରୋଡ଼ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବମରେ ଉଡ଼ାଇବା ନେଇ ଏକ ଧମକପୂର୍ଣ୍ଣ ଇ- ମେଲ  ଆସିଛି । ଏହି ମେଲ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରୁଛନ୍ତି। ଏହି ଧମକପୂର୍ଣ୍ଣ ଇ- ମେଲ ମିଳିବା ପରେ ସଙ୍ଗେ ସଙ୍ଗେ ଏନେଇ ସ୍ଥାନୀୟ ପୋଲିସଙ୍କୁ ସୂଚନା ଦିଆଯାଇଥିଲା ।

କିଛି ସମୟ ମଧ୍ଯରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଓ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି ଯେ, ଇ- ମେଲ ଯୋଗେ ଧମକ  ଆସିଛି। ବର୍ତ୍ତମାନ ଏହାର ତଦନ୍ତ ଚାଲିଛି। ଅନୁସନ୍ଧାନ ପରେ ହିଁ ଅଧିକ ତଥ୍ୟ ମିଳିପାରିବ। ସେଟଟେ ଦକ୍ଷିଣ ପୂର୍ବ ଡିସିପି ରାଜେଶ ଦେନ୍ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସ୍କୁଲ୍ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ସ୍ଥିତି ସ୍ବାଭାବିକ ରହିଛି । ବମ୍ ଡିସପୋଜାଲ୍ ସ୍କାର୍ଡ଼, ଡଗ୍ ସ୍କାର୍ଡ଼  ଓ ଏକ ସ୍ବାଟ ଟିମ୍ ବିଦ୍ୟାଳୟ ପରିସରରେ ଅନୁସନ୍ଧାନ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking