ଭୁବନେଶ୍ୱର: ହାଇକୋର୍ଟ ଗଲା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା । ମାମଲାର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର ହୋଇଛି । ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସିବିଆଇ ତଦନ୍ତ ଦାବି କରାଯାଇଛି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯିବ ।
ଅନ୍ୟପଟେ ଏହି ହତ୍ୟା ଘଟଣାରେ ଘଟଣାସ୍ଥଳ ମହାଲିଙ୍ଗ ସ୍କୁଲ ଷ୍ଟାଡିୟମରେ ପୋଲିସ ତଲାସୀ ଜାରି ରଖିଛି । ମୃତଦେହ ପୋଡା ଯାଇଥିବା ସ୍ଥାନରେ ତଲାସୀ କରୁଛି ପୋଲିସ । ମମିତାଙ୍କ ମୋବାଇଲ ପାଇବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ମେଟାଲ ଡିଟେକ୍ଟର ଲଗାଇ ମମିତାଙ୍କ ମୋବାଇଲ ଖୋଜା ଜାରି ରହିଛି । ମମିତାଙ୍କ ମୋବାଇଲରୁ ଗୋବିନ୍ଦର କଳା କାରନାମା ମିଳିବା ସମ୍ଭାବନା ରହିଛି ।