ଭୁବନେଶ୍ୱର: ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦୌଡରାଣୀ ତଥା ଓଡିଆ ଆଥଲେଟ ଦୂତୀ ଚାନ୍ଦ । ପୂର୍ବରୁ ସେ ନିଜ ସମଲିଙ୍ଗୀ ସଂପର୍କରେ ଖୁଲାସା କରି ସମସ୍ତଙ୍କର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ହେଲେ ଏବେ ନିଜ ପାଇଁ ନୁହେଁ ବରଂ ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ବିଷୟରେ ଏକ ସଂଙ୍ଗୀନ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଏବେ ପୁଣି ଆରମ୍ଭ ହୋଇଯାଇଛି ଆଲୋଚନା । ସେ କହିଛନ୍ତି ଯିଏ ମତେ ମୋ ସମଲିଙ୍ଗୀ ସଂପର୍କ ନେଇ ବିରୋଧ କରୁଥିଲେ ଏବେ ସିଏ ନିଜେ ସମଲିଙ୍ଗୀ ସଂପର୍କରେ ରହିଛନ୍ତି । ଯାହାର ପ୍ରମାଣ ମୋ ପାଖରେ ଅଛି । ସେ କହିଛନ୍ତି ‘ମୁଁ ମୋ ବାନ୍ଧବୀଙ୍କ ସହ ଅନେକ ଦିନରୁ ରହିଛି ଆଉ ରହିବି ମଧ୍ୟ । ଏନେଇ ଗଣମାଧ୍ୟମରେ ମୁଁ କହିସାରିଛି । ହେଲେ ଏହା ଜଣାପଡିବା ପରେ ମୋ ପରିବାରରେ କେହି ମୋତେ ସମର୍ଥନ କଲେ ନାହିଁ । ଏମିତିକି ମୋ ଭଉଣୀ ବି ନୁହେଁ । ନିଜ ସ୍ୱାର୍ଥ ପାଇଁ ସେ ଆମ ପ୍ରେମ ସଂପର୍କକୁ ବିରୋଧ କରୁଥିଲେ । ସେ ମୋ ପାଖରୁ ଯେଉଁ ଟଙ୍କା ଦାବି କରୁଥିଲେ, ତାହା ମୁଁ ଦେଉନଥିଲି । ଯେଉଁଥିପାଇଁ ସେ ମୋତେ ଧମକଚମକ ଦେଉଥିଲେ । ଆଉ ପରେ ଲୋକଲୋଚନକୁ ଆଣି ମୋତେ ଲଜ୍ଜିତ କଲେ । ସବୁ ମୁଁ ସହିଲି । ସବୁ କିଛି ଠିକ୍ ଥିଲା । ହେଲେ ତଥାପି ସେ ବେଶି ବେଶି ମୋତେ ଧମକ ଦେବା ସହ ସୋସିଆଲ ମିଡିଆରେ ଇପମାନ ଦେବାକୁ ପଛାଇଲେ ନାହିଁ । ପରେ ମୁଁ ଭାବିଲି ମୋ ଭଉଣୀ ବିବାହ ନକରି କଣ ପାଇଁ ଏତେ ଦିନ ଧରି ରହିଛନ୍ତି, ତାର କାରଣ ଜାଣିବା ପାଇଁ ଚେଷ୍ଟା କଲି । ଆଉ ପରେ ଜାଣିବାକୁ ପାଇଲି ତାଙ୍କ ଛାତ୍ରୀ ହୋଇ ଯେଉଁ ଝିଅ ଆମ ଘରେ ରହୁଥିଲେ ସେ ମୋ ଭଉଣୀଙ୍କର ବାନ୍ଧବୀ । ଏ ବିଷୟରେ ମତେ ଗାଁ ଲୋକେ କହିଛନ୍ତି । ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି । ତେବେ ମୁଁ ତାଙ୍କ ସଂପର୍କକୁ ବିରୋଧ କରୁନାହିଁ । ହେଲେ ସେ କେଉଁ କାରଣ ପାଇଁ ମତେ ଘରେ ପ୍ରବେଶ କରିବାକୁ ଦେଉନାହାନ୍ତି ‘ବୋଲି ଦୂତୀ ସରସ୍ୱତୀଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପୁଣି ଦୁଇ ଭଉଣୀଙ୍କ ଝଗଡା ହାଟରେ ଗଡି ଦାଣ୍ଡରେ ପଡିଛି ।