14.9 C
Bhubaneswar
Monday, December 29, 2025
Homeଦୁର୍ଗାପୂଜା -2025ଦୂର୍ଗାପୂଜା: ନବରାତ୍ରୀରେ ମାତାଙ୍କ ୯ଟି ରୂପ କ'ଣ କ'ଣ ଜାଣନ୍ତୁ..

ଦୂର୍ଗାପୂଜା: ନବରାତ୍ରୀରେ ମାତାଙ୍କ ୯ଟି ରୂପ କ’ଣ କ’ଣ ଜାଣନ୍ତୁ..

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ବ ପାର୍ବଣର ଋତୁ ।   ଆଉ ଧରାବତରଣ କରିବେ ଜଗତଜନନୀ ମା ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ଦେବୀ ପୀଠ । ଗାଁଠୁ ସହର ଉତ୍ସବ ମୁଖର । ବିଭିନ୍ନ କିସମର ପିଠା ପଣା କରି ଘରେ ଆସର ଜମିଥାଏ । ଭଳିକି ଭଳି ନୂଆ ପୋଷାକ , ବସ୍ତ୍ର ପରିଧାନ କରି ଉସୃବକୁ ବେଶ ଆଡମ୍ବରରେ ପାଳନ କରିଥାନ୍ତି ସଭିଏଁ । ଏହି ସମୟରେ  ସ୍କୁଲ କଲେଜ ଛୁଟି ରହିଥାଏ । ଶାରଦୀୟ ନବରାତ୍ରି କୁ ଦୃଷ୍ଟିରେ ରଖି  ମା ଦୁର୍ଗାଙ୍କ ପୂଜା  ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହେଉଛି ।  ପୂଜା କମିଟିଗୁଡିକ ମଣ୍ଡପ ନିର୍ମାଣ କରୁଥିବା ବେଳେ  କଳାକାରମାନେ  ମା ଦୁର୍ଗାଙ୍କ  ମୂର୍ତ୍ତି  ପ୍ରସ୍ତୁତ ଏବଂ ରଙ୍ଗ କରନ୍ତି। ଅନେକ ସ୍ଥାନରେ ବାହାରୁ ମୂର୍ତ୍ତି  ତିଆରି କରିବାକୁ ଆସୁଥିବା କଳାକାରମାନେ ଦିନରାତି ଏକ କରି ଖୁସି ମନରେ ମାତାଙ୍କୁ ଗଢିଥାନ୍ତି।ନବରାତ୍ରି ଆରମ୍ଭ ହେବା ମାତ୍ରେ  ପୂଜା ମଣ୍ଡପଗୁଡିକରେ ମା ଦୁର୍ଗାଙ୍କ ମୂର୍ତ୍ତି  ସ୍ଥାପନ ମଧ୍ୟ ଆରମ୍ଭ ହେବ। ଜ୍ୟୋତିଷମାନଙ୍କ କହିବା ଅନୁସାରେ  ଏଥର ମାତା ଦୁର୍ଗା ହାତୀ ଉପରେ ଧରାପୃଷ୍ଠକୁ ଆଗମନ କରିବେ। ପଞ୍ଚାଙ୍ଗରେ ଏହାକୁ ବର୍ଷା , ଧନ , ଖାଦ୍ୟ ଏବଂ ସମୃଦ୍ଧିର ସଙ୍କେତ ବୋଲି  ବିବେଚନା କରାଯାଏ ।  ମାତାଙ୍କୁ ନଅଟି  ରୂପରେ ପୂଜା କରି ଗ୍ରହ ଶକ୍ତିଶାଳୀ ହୁଅନ୍ତି।ମାଆଙ୍କର ନଅଟି ରୂପ ହେଉଛି, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ , କାଳରାତ୍ରୀ ମହାଗୌରୀ,  ଏବଂ ସିଦ୍ଧଦାତ୍ରୀଙ୍କୁ ପୂଜା କରି   ନଅଟି ଗ୍ରହ ଜ୍ୟୋତିଷ ଦୃଷ୍ଟିରୁ ଶକ୍ତିଶାଳୀ ହୁଅନ୍ତି । ଶୈଳପୁତ୍ରୀ ଦ୍ୱାରା ଚନ୍ଦ୍ର ସନ୍ତୁଳିତ ହୁଅନ୍ତି ।  ବ୍ରହ୍ମଚାରିଣୀ ଦ୍ୱାରା  ମଙ୍ଗଳର ଶାନ୍ତି,  ଚନ୍ଦ୍ରଘଣ୍ଟା ଦ୍ୱାରା  ବୁଧର ସ୍ପଷ୍ଟତା, କୁଷ୍ମାଣ୍ଡା ଦ୍ୱାରା ସୂର୍ଯ୍ୟର ତେଜ, ସ୍କନ୍ଦମାତା ଦ୍ୱାରା ଗୁରୁଙ୍କ ଆଶୀର୍ବାଦ , କାତ୍ୟାୟନୀ ଦ୍ୱାରା ଶୁକ୍ରଙ୍କ ସୌନ୍ଦର୍ଯ୍ୟ , କାଳରାତ୍ରିଙ୍କ ଦ୍ୱାରା ଶନିଙ୍କ କଷ୍ଟ ସମାଧାନ, ମହାଗୌରୀ ଦ୍ୱାରା  ରାହୁ କେତୁର ସନ୍ତୁଳନ ଏବଂ ସିଦ୍ଧଦାତ୍ରୀ ଦ୍ୱାରା  ସମସ୍ତ ଗ୍ରହର ଶୁଭ ଫଳ ପ୍ରାପ୍ତ ହୁଏ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking