33.1 C
Bhubaneswar
Saturday, October 5, 2024
Homeଓଡିଶାଦୁର୍ଗାପୂଜା ଭୋଜି ଖାଇବା ହେଲା କାଳ: ଝାଡାବାନ୍ତିରେ ୧ମୃତ, ଅନେକ ଅସୁସ୍ଥ

ଦୁର୍ଗାପୂଜା ଭୋଜି ଖାଇବା ହେଲା କାଳ: ଝାଡାବାନ୍ତିରେ ୧ମୃତ, ଅନେକ ଅସୁସ୍ଥ

ବାଲେଶ୍ୱର: ଦୁର୍ଗାପୂଜା ଭୋଜି ଖାଇ ବ୍ୟାପିଲା ଝାଡାବାନ୍ତି । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁଯାୟୀ, ନାକପଦା ଗାଁର ଜଣଙ୍କ ଘରେ ସୋମବାର ଦୁର୍ଗା ପୂଜା ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ଗାଁ ଲୋକମାନେ ଭୋଜି ଖାଇ ଘରକୁ ଫେରିବା ପରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତେବେ ବୁଧବାର ୬ ଜଣଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀ ମଥାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଣି ଗୁରୁବାର ଆଉ ୫ ଜଣ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ଖଇରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ପାଇଁ ଏମିତି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଥିବା ବେଳେ ଭୋଜି ଖାଇ ଏମିତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ମେଡିକାଲ ଟିମର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking