26.7 C
Bhubaneswar
Thursday, April 9, 2026
Homeଖେଳଦୁଲୀପ ଟ୍ରଫି: ଇଣ୍ଡିଆ-ଏ’ ୨୨୨ ରନ୍‌ରେ ଆଗୁଆ; ଈଶ୍ୱରନ୍‌-ଜଗଦୀଶନ୍‌ଙ୍କ ଅର୍ଦ୍ଧଶତକ, ଇଣ୍ଡିଆ-ବି ୧୨୪/୦

ଦୁଲୀପ ଟ୍ରଫି: ଇଣ୍ଡିଆ-ଏ’ ୨୨୨ ରନ୍‌ରେ ଆଗୁଆ; ଈଶ୍ୱରନ୍‌-ଜଗଦୀଶନ୍‌ଙ୍କ ଅର୍ଦ୍ଧଶତକ, ଇଣ୍ଡିଆ-ବି ୧୨୪/୦

ଅନନ୍ତପୁରମ: ଦୁଲୀପ୍ ଟ୍ରଫି ୨୦୨୪ ଦ୍ୱିତୀୟ ରାଉଣ୍ଡ୍‌ର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଇଣଣ୍ଡିଆ-ଏ’ ଦ୍ୱିତୀୟ ଇନିଂସ୍‌ରେ ଏକ ୱିକେଟ୍ ହରାଇ ୧୧୫ ରନ୍ କରିଛି। ପ୍ରଥମ ଇନିଂସ୍ ଆଧାରରେ ଟିମ୍‌ର ଅଗ୍ରଣୀ ୨୨୨ ରନ୍ ହୋଇଛି। ଓପ୍ନର୍ ପ୍ରଥମ ସିଂହ ୫୯ ଅପରାଜିତ ଥିବାବେଳେ କ୍ୟାପ୍‌ଟେନ୍ ମୟଙ୍କ ଅଗ୍ରୱାଲ୍‌ଙ୍କୁ ୫୬ ରନ୍‌ର ସ୍କୋର୍‌ରେ ଶ୍ରେୟସ ଆୟର୍ ଆଉଟ୍ କରିଛନ୍ତି। ଏହା ପୂର୍ବରୁ ଆଜି ଇଣ୍ଡିଆ-ଡି’ ପ୍ରଥମ ଇନିଂସ୍‌ରେ ୧୮୩ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଟିମ୍ ପକ୍ଷରୁ ଦେବଦତ୍ତ ପାଡ଼ିକ୍କଲ୍ ସର୍ବାଧିକ ୯୨ ରନ୍ କରିଥିଲେ। ଇଣ୍ଡିଆ-ଏ’ ପକ୍ଷରୁ ଖଲିଲ ଅହମଦ ଓ ଆକିବ ଖାନ୍ ୩-୩ ୱିକେଟ୍ ନେଇଥିଲେ।
ଅନ୍ୟ ଏକ ମ୍ୟାଚ୍‌ରେ ଇଣ୍ଡିଆ-ବି’ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ କୌଣସି ୱିକେଟ୍ ନହରାଇ ୧୨୪ ରନ୍ କରିଛି। କ୍ୟାପ୍‌ଟେନ୍ ଅଭିମନ୍ୟୁ ଈଶ୍ୱରନ୍ ୫୧ ଏବଂ ନାରାୟଣ ଜଗଦୀଶନ୍ ୬୭ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଏହା ପୂର୍ବରୁ ଇଣ୍ଡିଆ-ସି ପ୍ରଥମ ଇନିଂସ୍‌ରେ ୫୨୫ ରନ୍ କରିଛି। ଟିମ୍ ପକ୍ଷରୁ ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଈଶାନ୍ କିଶନ୍ ୧୨୬ ବଲ୍‌ରେ ୧୧୧ ରନ୍‌ର ଇନିଂସ୍ ଇନିଂସ୍ ଖେଳିଥିଲେ। ତାଙ୍କ ବ୍ୟତୀତ ମାନବ ସୁଥାର ୮୨, ବାବା ଇନ୍ଦ୍ରଜିତ ୭୮ ଏବଂ ଋତୁରାଜ ଗାଏକ୍‌ୱାଡ୍ ୫୮ ରନ୍‌ର ଯୋଗଦାନ କରିଥିଲେ।
ଦ୍ୱିତୀୟ ଇନିଂସ୍‌ରେ ଇଣ୍ଡିଆ-ଏ ଚମତ୍କାର ଆରମ୍ଭ କରିଛି। ଦୁଇ ଓପ୍ନର୍ ଉନ୍ନତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ମୟଙ୍କ ୮ ଚୌକା ସହାୟତାରେ ୫୬ ରନ୍ ଓ ପ୍ରଥମ ସିଂହ ୬ ଚୌକା ସହାୟତାରେ ୫୯ ରନ୍ କରିଥିଲେ। ଉଭୟ ପ୍ରଥମ ଇନିଂସ୍ ପାଇଁ ୧୨୫ ରନ୍ ଯୋଗ କରିଥିଲେ। ତେବେ ଷ୍ଟମ୍ପ୍ସର ଠିକ୍ ପୂର୍ବରୁ ଇଣ୍ଡିଆ-ଡି’ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟର୍ ବୋଲିଂ କରିବାକୁ ଆସିଥିଲେ ଏବଂ ନିଜର ପ୍ରଥମ ବଲ୍‌ରେ ମୟଙ୍କ ଅଗ୍ରୱାଲ୍‌ଙ୍କୁ କଟ୍ ଆଣ୍ଡ୍ ବୋଲ୍ଡ ଆଉଟ୍ କରିଥିଲେ। ଏହା ପୂର୍ବରୁ ପ୍ରଥମ ଇଣ୍ଡିଆ-ଡି’ର ପ୍ରଥମ ଇନିଂସ୍‌ରେ କ୍ୟାପ୍‌ଟେନ୍ ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ସେ ଚଷମା ପିନ୍ଧି ଖେଳିବାକୁ ଆସିଥିଲେ। ଏହାପରେ ୱିକେଟ୍‌କିପର୍ ବ୍ୟାଟର୍ ସଞ୍ଜୁ ସାମ୍‌ସନ୍ ୫ ରନ୍‌ର କରି ଆକିବ୍ ଖାନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଦେବଦତ୍ତ ପାଡ଼ିକ୍କଲ୍ ଚମତ୍କାର ୯୨ ରନ୍‌ର ଇନିଂସ୍ ଖେଳିଥିଲେ। ତାଙ୍କ ୧୨୪ ବଲ୍‌ର ଇନିଂସ୍‌ରେ ୧୫ ଚୌକା ସାମିଲ ଥିଲା। ଶେଷ ଆଡ଼କୁ ହର୍ଷିତ ରାଣା ୩୧ ରନ୍‌ର ଉପଯୋଗୀ ଇନିଂସ୍ ଖେଳିଥିଲେ। ଇଣ୍ଡିଆ-ଏ’ ପକ୍ଷରୁ ଖଲିଲ ଅହମଦ ଓ ଆକିବ୍ ଖାନ୍‌ଙ୍କୁ ୩-୩ ୱିକେଟ୍ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking