26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଲଗାଣ ବର୍ଷା ଯୋଗୁ ବିଦ୍ୟୁତ୍‌ ଖୁଣ୍ଟରୁ ମାରିଲା କରେଣ୍ଟ୍‌: ମହିଳାଙ୍କ ମୃତ

ଲଗାଣ ବର୍ଷା ଯୋଗୁ ବିଦ୍ୟୁତ୍‌ ଖୁଣ୍ଟରୁ ମାରିଲା କରେଣ୍ଟ୍‌: ମହିଳାଙ୍କ ମୃତ

ନୂଆଦିଲ୍ଲୀ : ରେଲୱେ ଷ୍ଟେସନରେ ବଡ଼ ଅଘଟଣ ଘଟିଛି। ରେଲୱେର ଅବହେଳା କାରଣରୁ ମହିଳାଙ୍କ ଜୀବନ ଚାଲିଯାଇଛି। ଲଗାଣ ବର୍ଷା ହେତୁ ବିଦ୍ୟୁତ୍‌ ଖୁଣ୍ଟରୁ କରେଣ୍ଟ୍‌ ମାରି ମହିଳାଙ୍କ ମୃତ୍ୟୁ ଘଟିଛି। ଖବରରୁ ଜଣାପଡ଼ିଛି ଯେ ମହିଳା ଜଣକ ଯେତେବେଳେ ଷ୍ଟେସନ ଯାଉଥିଲେ, ସେହି ସମୟରେ ପ୍ରବଳ ବର୍ଷା ଯୋଗୁ ଓ୍ଵାଟର ଲଗିଙ୍ଗ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାସ୍ତାରେ ପାଣି ଚାଲିଥିବାରୁ ଏଥିରୁ ବଞ୍ଚିବା ପାଇଁ ମହିଳା ଜଣକ ସେଠାରେ ଥିବା ବିଦ୍ୟୁତ୍‌ ଖୁଣ୍ଟର ସାହାରା ନେଇଥିଲେ। ହେଲେ ଏହି ସମୟରେ ତାଙ୍କୁ ଜୋର୍‌ରେ ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା। ଏହାଦେଖି ଆଖପାଖରେ ଥିବା ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ରେଲୱେ ସହିତ ପୋଲିସ ଏହି ମାମଲାର ତଦନ୍ତ କରୁଛି। ସୂଚନା ମୁତାବକ, ମୃତା ମହିଳାଙ୍କ ନାଁ ସାକ୍ଷୀ ଆହୁଜା, ସେ ଦିଲ୍ଲୀର ପ୍ରୀତ୍‌ ବିହାରର ନିବାସୀ ଥିଲେ। ସାକ୍ଷୀ ସକାଳ ପ୍ରାୟ ସାଢ଼େ ୫ଟାରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ମହିଳାଙ୍କ ସହ ଅନ୍ୟ ଦୁଇ ମହିଳା ଏବଂ ୩ ପିଲା ଥିଲେ। ସାକ୍ଷୀ ଭୋପାଳ ଶତାବ୍ଦୀ ଟ୍ରେନ୍‌ରେ ଯାଇଥାଆନ୍ତେ।

ରାତିରୁ ହିଁ ମୂଶଳ ଧାରାରେ ବର୍ଷା ହୋଇଥିଲା, ଯେଉଁ କାରଣରୁ ଷ୍ଟେସନ ଆଖାପାଖରେ ପାଣି ଭରିଯାଇଥିଲା। ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ପାଣିରୁ ବଞ୍ଚିବା ପାଇଁ ମହିଳା ହଠାତ୍‌ ବିଦ୍ୟୁତ୍‌ ଖୁଣ୍ଟକୁ ଧରି ପକାଇଥିଲେ। ଏହି ସମୟରେ ମହିଳାଙ୍କୁ ଶକ୍ତ କରେଣ୍ଟ୍‌ ଲାଗିଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking