17.1 C
Bhubaneswar
Monday, November 18, 2024
Homeଖେଳଦୁବାଇ ପାରା ଆଥ୍‌ଲେଟିକ୍ସ ଗ୍ରାଁପ୍ରିଁ : ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ପ୍ରଣବ ଦେଶାଇ

ଦୁବାଇ ପାରା ଆଥ୍‌ଲେଟିକ୍ସ ଗ୍ରାଁପ୍ରିଁ : ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ପ୍ରଣବ ଦେଶାଇ

ଦୁବାଇ: ଏଠାରେ ଚାଲିଥିବା ୨୦୨୨ ବିଶ୍ୱ ପାରା ଆଥ୍‌ଲେଟିକ୍ସ ଗ୍ରାଁପ୍ରିଁରେ ସ୍ପ୍ରିଣ୍ଟର୍ ପ୍ରଣବ ପ୍ରଶାନ୍ତ ଦେଶାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବୁଧବାର ପୁରୁଷ ୨୦୦ ମି. ଟି୬୪ ଫାଇନାଲ୍‌ରେ ପ୍ରଣବ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ବୁଧବାର ଭାରତର ଥ୍ରୋୟର୍‌ମାନେ ବିଫଳ ହେବା ଫଳରେ ପ୍ରଣବଙ୍କ ସ୍ୱର୍ଣ୍ଣ ଦେଶ ପାଇଁ ଦିନର ଏକମାତ୍ର ପଦକ ଥିଲା । ପୂର୍ବତନ ଫାଜା ଚାମ୍ପିଅନ୍‌ଶିପ୍ ସ୍ୱର୍ଣ୍ଣ ପଦକ ବିଜେତା ପ୍ରଣବ ଏହି ରେସ୍‌କୁ ୨୪.୪୨ ସେକେଣ୍ଡ୍‌ରେ ପୂରା କରିଥିଲେ । ଥାଇଲାଣ୍ଡର ଡେନ୍‌ପୁମ୍ କୋତ୍‌ଜାରାଙ୍ଗ୍ (୨୫.୭୮ ସେକେଣ୍ଡ୍‌) ଓ ନର୍‌ୱେର କେନେଥ୍ ଜେନ୍‌ସନ୍ ହେଗ୍‌ଡାଲ୍ (୨୭.୦୮ସେ.) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଥିଲେ ।

ଗାନ୍ଧୀନଗର ସାଇ ସେଣ୍ଟର୍‌ରେ ଟ୍ରେନିଂ ନେଉଥିବା ୨୨ ବର୍ଷୀୟ ପ୍ରଣବ କହିଛନ୍ତି, ଏସିଆନ୍ ପାରା ଗେମ୍ସରେ ଭାରତ ପାଇଁ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିବା ତାଙ୍କ ଲକ୍ଷ୍ୟ ରହିଛି, ଯାହା ୨୦୨୪ ପ୍ୟାରିସ୍ ପାରାଲିମ୍ପିକ୍ସ ପାଇଁ ରାସ୍ତା ପରିସ୍କାର କରିବ । ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ବୁଧବାର ପୁରୁଷ ଜାଭେଲିନ୍ ଏଫ୍‌୪୦ରେ ଏକ ବିଶ୍ୱ ରେକର୍ଡ ସ୍ଥାପିତ ହୋଇଛି । ଫାଇନାଲ୍‌ରେ ଇରାକ୍‌ର ନାସ୍ ଅହମ୍ମଦ ୩୯.୦୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଏହି ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ଦିନ ସୁଦ୍ଧା କଲମ୍ବିଆନ୍ ୬ ସ୍ୱର୍ଣ୍ଣ ସହ ୧୩ ପଦକ ନେଇ ଶୀର୍ଷରେ ଥିବାବେଳେ ଥାଇଲାଣ୍ଡ (୧୬ ପଦକ) ଓ ଟ୍ୟୁନିସିଆ (୭ ପଦକ) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଚାରିଟି ପଦକ ସହ ଭାରତ ପଞ୍ଚଦଶ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking