19.1 C
Bhubaneswar
Friday, February 13, 2026
Homeଅପରାଧମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ ; ଟ୍ରାଫିକ୍ ସବ୍‌ଇନ୍ସପେକ୍ଟଙ୍କ ସହ କଲେ ଏଭଳି କାଣ୍ଡ...

ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ ; ଟ୍ରାଫିକ୍ ସବ୍‌ଇନ୍ସପେକ୍ଟଙ୍କ ସହ କଲେ ଏଭଳି କାଣ୍ଡ…

ହରିୟାଣା : ହରିୟାଣାର ଫରିଦାବାଦରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଟ୍ରାଫିକ ପୋଲିସଙ୍କୁ ନିଜ ଗାଡ଼ିରେ ପାଖାପାଖି ୫୦ ମିଟର ଘୋଷାଡ଼ି ନେଇଛନ୍ତି ମଦ୍ୟପ ଡ୍ରାଇଭର। ଏହାପରେ ତୁରନ୍ତ ଟ୍ରାଫିକ୍ ସବ୍‌ଇନ୍ସପେକ୍ଟର ମଦ୍ୟପ ଡ୍ରାଇଭରକୁ କାବୁ କରିବା ସହିତ ତାଙ୍କୁ ଥାନାକୁ ନେଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଫରିଦାବାଦର ବଲ୍ଲଭଗଡ଼ ବସ୍‌ଷ୍ଟାଣ୍ଡ ନିକଟ ଟ୍ରାଫିକ ମଝିରେ ଜଣେ ଡ୍ରାଇଭର ନିଜ ଗାଡ଼ି ଛିଡ଼ା କରି ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ଏହାପରେ ଟ୍ରାଫିକ ପୋଲିସର ଜଣେ ସବ୍‌ଇନ୍ସପେକ୍ଟର ସେଠାକୁ ଯାଇଥିଲେ। ସେ ଡ୍ରାଇଭର କାର କବାଟ ପାଖରେ ଛିଡ଼ା ହୋଇ ଗାଡ଼ିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ। ଏହାକୁ ନେଇ ଉତ୍‌କ୍ଷିପ୍ତ ଡ୍ରାଇଭର ଜଣକ ହଠାତ୍‌ ଗାଡ଼ି ଚଳାଇବା ଆରମ୍ଭ କରି ଦେଇଥିଲେ। ଫଳରେ ଟ୍ରାଫିକ୍‌ ସବ୍‌ଇନ୍ସପେକ୍ଟର ଜଣକ କାରର କବାଟରେ ଫସି ରହିଥିବା ବେଳେ ଗାଡିଟି ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଯାଇଥିଲା। ତେବେ ଟ୍ରାଫିକ ପୋଲିସ ଜଣଙ୍କ ଗାଡି ଅଟକାଇବାକୁ କହିବା ସତ୍ୱେ ମଧ୍ୟ ଚାଳକ ଜଣଙ୍କ ଗାଡି ରଖିନଥିଲେ। ଏହାପରେ ପାଖାପାଖି ୫୦ ମିଟର ଯିବା ପରେ ଗାଡ଼ିଟି ଅଟକି ଥିଲା। ଏହାପରେ ସଂପୃକ୍ତ ଟ୍ରାଫିକ୍ ସବ୍‌ଇନ୍ସପେକ୍ଟର ମଦ୍ୟପ ଡ୍ରାଇଭରକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ମଦ୍ୟପ ଡ୍ରାଇଭରଙ୍କୁ ଥାନାକୁ ନେଇ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଟ୍ରାଫିକ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking