ଲକ୍ଷ୍ନୌ: ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି) ଯବାନମାନେ ରବିବାର ସନ୍ଧ୍ୟାରେ ନେପାଳ ସୀମାନ୍ତବର୍ତ୍ତୀ ଉତ୍ତରପ୍ରଦେଶର ବାରାଏକ୍ ଜିଲ୍ଲାରୁ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ତା’ ନିକଟରୁ ୭.୨୫ କିଲୋ ଓଜନର ଚରସ୍ ଜବତ କରିଛନ୍ତି ।
ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନ୍ଡିପିଏସ୍ ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି ।