30.1 C
Bhubaneswar
Saturday, July 6, 2024
Homeଓଡିଶାରାଜପଥରେ ବେଧଡକ ଚାଲିଛି ନିଶା ବେପାର; ସୁରାଗ ଖୋଜୁଛି ପୋଲିସ

ରାଜପଥରେ ବେଧଡକ ଚାଲିଛି ନିଶା ବେପାର; ସୁରାଗ ଖୋଜୁଛି ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ରେ ଗଞ୍ଜେଇ ବ୍ରାଉନ ସୁଗାର ଓ ଅନନ୍ୟା ନିଶା ଦ୍ରବ୍ୟ ମାଫିଆ ମାନଙ୍କ ଭୁସର୍ଗ ପଲିଟିଚି ଏହି ଜିଲ୍ଲା ଦେଇ ଯାଇ ଥିବା ୧୬,୨୦ ଓ ୫୩ନମ୍ବର ଜାତୀୟ ରାଜ ପଥ ଚୋରା ଚାଲାଣ ପାଇଁ ଚାରାଭୂମି ପାଲିଟିଛି l ବ୍ରାଉନ ସୁଗାର ଗଞ୍ଜେଇ ଚୋରା ମଦ ଦୈନିକ ବିଭିନ୍ନ ଅଞ୍ଚଳରେ ଧରା ପଡୁଛି l ବିଶେଷ କରି ଜାତୀୟ ରାଜ ପଥ ରେ ବିଭିନ୍ନ ଯାନ ବାହାନ ରେ ଚାଲାଣ ହେଉ ଥିବା ଅବସ୍ଥା ରେ ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଧରିବାକୁ ସକ୍ଷମ ହେଉଛି l ନିଶା ଦ୍ରବ୍ୟ ଚୋରା ଚାଲାଣ ପାଇଁ ପୋଲିସ ଓ ଅବକାରୀ ବିଭାଗ ମୁଣ୍ଡ ବ୍ୟଥା ର କାରଣ ସାଜିଛି l ଯାଜପୁର ରୋଡ ଯାଜପୁର ଟାଉନ ଓ ବିଭିନ୍ନ ଛକ ମାନଙ୍କ ରେ ସିଗାରେଟ ନିଶା ଦ୍ରବ୍ୟ ଭର୍ତ୍ତି କରି ବିକ୍ରି କରା ଯାଉଛି ଏହାର ପ୍ରଭାବ ଯୁବ ପିଢ଼ି ଙ୍କ ଉପରେ ପଡୁଛି l ମହିଳା ଓ ନା ବାଳକ ଙ୍କ ଜରିଆରେ ଚୋରା ନିଶା କାରବାର ଚାଲିଛି କ୍ଷ ନଭେମ୍ବର ଡ଼ିସେମ୍ବର ମାସ ରେ ବ୍ରଉନ ସୁଗାର ଗଞ୍ଜେଇ ଚୋରା ରେ ବିକ୍ରି ହେଉଥିବା ମଦ ବହୁ ପରିମାଣରେ ରେ ଧରା ପଡିଛି l ଚଣ୍ଡିଖୋଲ ଠାରେ ଜିଲ୍ଲା ପୋଲିସ ସ୍ପେସିଆଲ ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତକରା ଯାଇଛି l ଏହି କାରବାର ରେ ସମ୍ପୃକ୍ତ ଥିବା ୨ଜଣ ଗିରଫକରା ଯାଇଛି l ସୂଚନା ମୁତାବକ, ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ଚଣ୍ଡିଖୋଲ ନିକଟରୁ ଏକ କାରରୁ ଗଞ୍ଜେଇକୁ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୭କିଲୋରୁ ଅଧିକ ହେବ ବୋଲି ପୋଲିସ ସୄତ୍ର ରୁ ଜଣା ପଡିଛି l ମାର୍ଶାଘାଇ ଅଞ୍ଚଳର ଗଞ୍ଜେଇ ବେପାରୀ ପ୍ରଭାତ କୁମାର ବେହେରା ଏକ କାରରେ ଫୁଲବାଣୀରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ଚୋରା ବେପାରୀଙ୍କୁ ଗଞ୍ଜେଇ ଯୋଗାଇ ଦେଇଥାଏ। ତେବେ ଛତିଆ ଠାରୁ ଏକ ବାଇକରେ ଏହି କାରର ପିଛା କରିବା ପରେ ଚଣ୍ଡିଖୋଲ ନିକଟରେ ପୋଲିସ କାରକୁ ଅଟକାଇବା ସହ ଗଞ୍ଜେଇ ବେପାରିକୁ ମାଡି ବସିଥିଲା। ଗଞ୍ଜେଇ ପାଇଁ ସେଠାକୁ ଆସିଥିବା ସ୍ଥାନୀୟ କଣ୍ଟିଗଡ଼ିଆ ଗ୍ରାମର ସୁଶାନ୍ତ କୁମାର ରାଉତକୁ ପୋଲିସ କାବୁ କରିଥିଲା। ତେବେ ଏହି ସମୟରେ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଜଣେ ମହିଳା ଖସିଯିବାକୁ ସକ୍ଷମ ହୋଇଥିଲା। ଆଜି ଧର୍ମଶାଳା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ବ୍ୟବହୃତ ଏକ କାର, ବାଇକ ସହ ମୋବାଇଲ ଓ କିଛି ଟଙ୍କା ଜବତ ହୋଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking