29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମସ୍କୋରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ୍‌

ମସ୍କୋରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ୍‌

ମସ୍କୋ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମସ୍କୋରେ ଡ୍ରୋନ୍ ଆକ୍ରମଣ ହୋଇଛି । ରବିବାର ରାତିରେ ଏହି ଆକ୍ରମଣ ହୋଇଥିଲା । ମସ୍କୋ ମେୟର ସେର୍ଗେଇ ସୋବିୟାନିନ୍ ଏହାକୁ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଆକ୍ରମଣରେ ଦୁଇଟି ଅଣଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ୟୁକ୍ରେନର ଏହା ଏକ ଆତଙ୍କବାଦୀ କାର୍ଯ୍ୟ । ତେବେ ଏଥିରେ କୁହାଯାଇଛି ଯେ ରୁଷିଆର ବାୟୁ ପ୍ରତିରକ୍ଷା ବାହିନୀ ୟୁକ୍ରେନର ଡ୍ରୋନ ଆକ୍ରମଣକୁ ବିଫଳ କରିଛି ।

ଓଡେସାର କୃଷ୍ଣ ସାଗର ବନ୍ଦରରେ ହୋଇଥିବା ରୁଷୀୟ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେବାକୁ ୟୁକ୍ରେନ ସୋମବାର ସକାଳେ ଏହି ଆକ୍ରମଣ ହୋଇଛି । ରୁଷିଆର ନ୍ୟୁଜ୍ ଏଜେନ୍ସି ଟାସ୍ ଅନୁଯାୟୀ, ଗୋଟିଏ ଡ୍ରୋନ୍ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟସ୍ଥ ଏକ କୋଠାରେ ପଡ଼ିଥିଲା । ଅନ୍ୟଟି ମୁଖ୍ୟ ରିଙ୍ଗ୍ ରୋଡ୍ ନିକଟ ଲିଚେଭା ଷ୍ଟ୍ରିଟରେ ଥିବା ଏକ ବ୍ୟବସାୟ କେନ୍ଦ୍ରରେ ପଡ଼ିଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଥିଲା । ରଏଟର୍ସ ନ୍ୟୁଜ୍ ଏଜେନ୍ସି ଏହି ଆକ୍ରମଣ ପୂର୍ବରୁ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking