ଟିଟିଲାଗଡ଼: କରେଲଧୁଆ ରେଲୱେ ଓଭର ବ୍ରିଜ ନିକଟରେ ମିଳିଛି ମୃତଦେହ । ରେଲଓ୍ୱେ ଓଭରବ୍ରିଜ୍ ନିକଟ ଟ୍ରାକ୍ରେ ଡ୍ରାଇଭରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି । ମୃତ୍ୟୁ କିପରି ଏବଂ କିଏ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ, କିଛି ଦିନ ତଳେ ସଇଁତଳାର ଜଣେ ଶିକ୍ଷୟିତ୍ରୀଙ୍କ ସହ ଡ୍ରାଇଭରଙ୍କୁ ଫୋଟୋ ଭାଇରଲ ହୋଇଥିଲା । ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









