ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର କଣିପାଟିଆ, ଗଙ୍ଗାଧରପୁର, ନୁଆଗାଁ ରାଜସ୍ୱ ଗ୍ରାମର ୬ଗୋଟି ୱାର୍ଡ ନିମନ୍ତେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ ଏହି ୬ଟି ୱାର୍ଡର ଜନସାଧାରଣ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଯୋଗ୍ୟ, ସରକାର ସାଧାରଣ ଲୋକଙ୍କ ଘରକୁ ପାଣି ଯୋଗାଇଦେବା ପାଇଁ ପାଇପ ଯୋଗ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏଠାରେ ପାଇପ ଖଣ୍ଡେ ବି ଯୋଗାଇ ଦିଆଯାଇନାହିଁ । ଦୀର୍ଘ ୩ବର୍ଷ ହେବ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଅପରପକ୍ଷରେ ସଂପୃକ୍ତ ଠିକାଦାର ଏହି ପ୍ରକଳ୍ପ କାମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ଉଠିଛି । ଆଗକୁ ଖରା ସମୟ ଆସୁଥିବାରୁ ପାନୀୟ ଜଳ ସମସ୍ୟା ଦ୍ୱିଗୁଣିତ ହେବ । ଏହାକୁ ଦୃଷ୍ିରେ ରଖି ତୁରନ୍ତ ଲୋକମାନଙ୍କୁ ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ଏହି ୬ଗୋଟି ୱାର୍ଡର ଜନସାଧାରଣ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।