32.1 C
Bhubaneswar
Friday, June 21, 2024
Homeଓଡିଶାବ୍ୟାସନଗର ପୌରପରିଷଦରେ ପାନୀୟ ଜଳ ଦୂଷିତ; ପାଣୀରେ କୀଟ ଭାସୁଛି

ବ୍ୟାସନଗର ପୌରପରିଷଦରେ ପାନୀୟ ଜଳ ଦୂଷିତ; ପାଣୀରେ କୀଟ ଭାସୁଛି

ଯାଜପୁର : ଜଳ ହିଁ ଜୀବନ ଜଳବିନା ସୃଷ୍ଟି ଅସମ୍ଭବ, ପାନୀୟଜଳ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ମେଘା ଜଳ ପ୍ରକଳ୍ପ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ଅଧିକଂlଶ ଅଞ୍ଚଳରେ ଯୋଜନା ନାମ ରେ ଅର୍ଥ ବାଟ ମାରଣା କରା ଯାଇଥିବାରୁ ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ସଫଳ ଉପୟନ ହୋଇପାରୁ ନାହିଁ। ଏହାର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦର ସାପଗଡ଼ିଆ ଅଂଚଳ ରେ । ବ୍ୟାସନଗର ପୌର ପରିଷଦରେ ଯୋଗଡିଆ ଜଳ ପକ୍ଲପ,ମେଘା ଜଳ ପକ୍ଲପ ଯୋଜନାରେ ୨୬ ଟି ଔଡ କୁ ପାନୀୟ ଜଳ ଯୋଗାଇ ଦିଆ ଯାଇଛି। ଏବେ ସାପଗଡ଼ିଆ ଅଞ୍ଚଳରେ ପାଇପ୍ ପାଣି ରେ ଗୋଳିଆ ପାଣି ବାହାରି ପାଣି ବାହାରିବା ସହିତ ଛୋଟ ଛୋଟ କୀଟ ବାହାରୁଥିବାର ଦେଖାଯାଉଛି । ଉକ୍ତ ଅଞ୍ଚଳର ଲୋକମାନେ ପାଣି ପିଇବାକୁ ହନ୍ତସନ୍ତ ହେଉଛନ୍ତ । ବାଜର ରୁ ବୋତଲ ପାଣି କିଣି ପିଉଛନ୍ତି ଏ ସଂପର୍କ ରେ ପୌରପରିଷଦ ଓ ୱାଟକୋ କାର୍ଯ୍ୟଳୟ ରେ ଅଭିଯୋଗ କଲେ ମଧ୍ଯ ସୁଫଳ ମିଳୁ ନାହିଁ। ଡ୍ରେନ ମଝିରେ ପାନୀୟ ପାଇପ୍ ବିଭିନ୍ନ ୱlର୍ଡ କୁ ସଂଯୋଗ କରାଯାଇଛି । ପାଇପ୍ ଗୁଡିକ ନିମ୍ନ ମାନର ପାଇପ୍ ସଂଯୋଗ ହୋ ଇଥିବାରୁ ପାଇପ୍ ଫାଟି ଯାଉଛ l ଯାହା ଫଳରେ ନର୍ଦମା ଜଳ ପାଇପ୍ ରେ ମଧ୍ୟ୍ୟ ରେ ପ୍ରବେଶ କରି ପଇପି ଜଳ କୁ ଦୂଷିତ କରୁଚି rଯାହା ଫଳରେ ପାଣି ଟ୍ୟାପ୍ ଦୂଷିତ ଜଳ ଶହ କୀଟ ଓ ପୋକ ବାହାରୁଥିବାର ଦେଖା ଯାଉଛି। ପଇପୀ ଗୁଡିକ ମରମତି କରିବାର ରେ ଅଭେଳl ପଦର୍ଶନ କରା ଯାଉଛି ବୋଲି ସଂପୃକ୍ତ ଅଂଚଳର ଲୋକ ମାନେ କହୁଛନ୍ତି। ସୂଚନା ଯୋଗ୍ଯ ଯେ ବ୍ୟାସନଗର ସହରରେ ପାନୀୟ ଜଳ ଯୋଗାଣ ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଛି | ଏନେଇ ସହରବାସୀ ବାରମ୍ବାର ପୌର ପାରିଷଦ ଏବଂ ୱାଟକୋ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ | ସହର ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି l ଅଧିକାଂଶ ଅଞ୍ଚଳ କୁ ପାଇପି ସଂଯୋଗ କାରା ଯାଇ ନାହି l ଟ୍ୟlପେ ପାଣି ରେ ଦୂଷିତ ଜଳ ବାହାରିବା ସମ୍ପର୍କ ରେ ସଂପୃକ୍ତ ଅଳର ଲୋକ ମାନେ ଦଳାସ୍ଥିତ ୱାଟକୋ କାର୍ଯ୍ୟାଳୟ ଧାରଣା ଦେଇ ଥିଲେ ମଧ୍ୟ ଫଳ ଘର ଶୁନୁ ନିମ୍ନ ମାନ ର ପାଇପି ସଂଯୋଗ ହୋଇ ଥିବାରୁତାହା ଫlଟି ଯାଇଚି l ପୌର ପରିଷଦ ଡ୍ରେନ୍ ସଫା କରୁ ଥିବା ବେଳେ ପାଇପି ଫାଟି ଯାଇଚି l ତାହା ମରାମତି କାରା ଯାଉ ନାହି l ଫଳ ରେ ନର୍ଦ୍ଦମା ପାଣି ପାଇପ ର ପ୍ରବେଶ କରିବା ଦ୍ୱାରା ଟlପ୍ ରୁ ଦୂଷିତ ଗନ୍ଧପାଣି ବାହାରୁଚି ଏବେ ଖରା ଦିନ ହୋଇ ଥିବାରୁ ପାନୀୟ ଜଳ ପାଇଁ ସହର ବାସୀ ଡହକ ବିକଳ ହେଉଛନ୍ତି l ୱାଟକୋ କର୍ତୁ ପକ୍ଷ ଙ୍କ ନିଦ ଭଙ୍ଗୁ ନାହିଁ 1 ୧୮ନଂ ନିୟୁ ମାର୍କେଟ, ୧୯ନଂ ନଟପଡା ଏବଂ ୨0 ନଂ ଦଳା ଅଞ୍ଚଳରେ ବୋହୁ ସମୟରେ ପାଣି ଆସୁନଥିବା ଓ ପାଇପରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି | ପାଣି ରୁ ଉତ୍କଟଗନ୍ଧ ବାହାରୁଚି l | ରାଜ୍ୟ ସରକାର ସହରାଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବହୂ କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ତାହା କାର୍ଯ୍ୟକାରି ହେଉନଥିବା ଦେଖିବାକୁ ମିଳୁଛି | ବ୍ୟାସନଗର ସହରର ସମୁଦାୟ ୨୬ ଗୋଟି ୱାର୍ଡ ମଧ୍ୟରୁ ୧୧ ଗୋଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ପାଇପ ବିଛା କାର୍ଯ୍ୟ ସାରିଛି ବାକି ଅନ୍ୟ ୧୫ଟି ୱାର୍ଡ କାର୍ଯ୍ୟ ଚାଲୁରହିଛି ଅନ୍ୟ ପକ୍ଷରେ ଯୋକଡିଆ ପାଣି ପ୍ରକଳ୍ପ କାର୍ଯ୍ୟ ରେ ଲାଗୁ ନାହି l ସହର ପାନୀୟ ଜଳ ସମସ୍ୟା କେବେ ଦୂର୍ ହେଵ ସହର ବାସୀ ବିଶୁଦ୍ଧ ପାନୀୟ ଜଳ ପାଇବେ ତାହା ପ୍ରଶ୍ନ ବଚି ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking