31.7 C
Bhubaneswar
Wednesday, April 8, 2026
Homeଖେଳଭାରତୀୟ ଅଣ୍ଡର-୧୯ ଟିମ୍‌ରେ ସମିତ ଦ୍ରାବିଡ୍

ଭାରତୀୟ ଅଣ୍ଡର-୧୯ ଟିମ୍‌ରେ ସମିତ ଦ୍ରାବିଡ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ ପୁତ୍ର ସମିତଙ୍କୁ ଭାରତୀୟ ଅଣ୍ଡର-୧୯ ଟିମ୍‌ରେ ସ୍ଥାନ ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ପାଇଁ ତାଙ୍କୁ ମନୋନୀତ କରାଯାଇଛି। ଶନିବାର ବିସିସିଆଇ ଚୟନ କମିଟି ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ଏବଂ ଦୁଇଟି ଚାରି ଦିବସୀୟ ମ୍ୟାଚ୍ ଟିମ୍ ଘୋଷଣା କରିଛି। ଉତ୍ତର ପ୍ରଦେଶର ମହମ୍ମଦ ଅମାନ୍‌ଙ୍କୁ ଦିନିକିଆ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ସୋହମ ପଟବର୍ଦ୍ଧନ ୪ ଦିବସୀୟ ସିରିଜ୍ ପାଇଁ ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ସିରିଜ୍‌ର ଆରମ୍ଭ ଦିନିକିଆ ମ୍ୟାଚ୍‌ରୁ ହେବ। ଏହି ମ୍ୟାଚ୍‌ଗୁଡ଼ିକ ସେପ୍ଟେମ୍ବର ୨୧, ୨୩ ଏବଂ ୨୬ ତାରିଖରେ ପଡୁଚେରୀରେ ଖେଳାଯିବ। ଏହାପରେ ପ୍ରଥମ ୪ ଦିବସୀୟ ମ୍ୟାଚ୍ ଚେନ୍ନାଇରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ସମିତ ଦ୍ରାବିଡ୍‌ଙ୍କୁ ଉଭୟ ଟିମ୍‌ରେ ମନୋନୀତ କରାଯାଇଛି। ୧୮ ବର୍ଷୀୟ ଫାଷ୍ଟ ବୋଲିଂ ଅଲ୍‌ରାଉଣ୍ଡର୍ ସମିତ୍ କର୍ଣ୍ଣାଟକର ମହାରାଜ ଟ୍ରଫିରେ ମୈସୁର୍ ୱାରିୟର୍ସ ପକ୍ଷରୁ ଖେଳୁଛନ୍ତି। ତେବେ ସେ ସେପରି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି। ୭ ଇନିଂସ୍‌ରେ ମାତ୍ର ୮୨ ରନ୍ କରିଥିବା ବେଳେ ଥରେ ବି ବୋଲିଂ ପାଇନାହାନ୍ତି। ଅବଶ୍ୟ ଏହା ପୂର୍ବରୁ କୁଚ୍ ବିହାର ଟ୍ରଫିରେ ସେ ୩୬୨ ରନ୍ ସଂଗ୍ରହ ସହିତ ୧୫ ୱିକେଟ୍ ନେଇ କର୍ଣ୍ଣାଟକକୁ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଦିନିକିଆ ଟିମ୍‌: ରୁଦ୍ର ପଟେଲ୍‌, ସାହିଲ୍ ପାରଖ, କାର୍ତ୍ତିକେୟ କେପି, ମହମ୍ମଦ ଅମାନ୍ (କ୍ୟାପ୍‌ଟେନ୍‌), କିରଣ ଚୋରମଲେ, ଅଭିଜ୍ଞାନ କୁଡ଼ୁ (ୱିକେଟ୍‌କିପର୍‌), ହରବଂଶ ସିଂହ ପଙ୍ଗାଲିୟା (ୱିକେଟ୍‌କିପର୍‌), ସମିତ ଦ୍ରାବିଡ୍‌, ୟୁଦ୍ଧୁଜ ଗୁହା, ସମର୍ଥ ଏନ୍‌, ନିଖିଳ କୁମାର, ଚେତନ ଶର୍ମା, ହାର୍ଦ୍ଦିକ ରାଜ, ରୋହିତ ରାଜ ଅଭତ, ମହମ୍ମଦ ଏନାନ୍‌।

ଚାରିଦିବସୀୟ ଟିମ୍‌: ବୈଭବ ସୂର୍ଯ୍ୟବଂଶୀ, ନିତ୍ୟ ପାଣ୍ଡ୍ୟା, ବିହାନ୍ ମାଲହୋତ୍ରା, ସୋହମ ପଟବର୍ଦ୍ଧନ (କ୍ୟାପ୍‌ଟେନ୍‌), କାର୍ତ୍ତିକେୟ କେପି, ସମିତ ଦ୍ରାବିଡ୍‌, ଅଭିଜ୍ଞାନ କୁଡ଼ୁ (ୱିକେଟ୍‌କିପର୍‌), ହରବଂଶ ସିଂହ ପଙ୍ଗାଲିୟା (ୱିକେଟ୍‌କିପର୍‌), ଚେତନ ଶର୍ମା, ସମର୍ଥ ଏନ୍‌, ଆଦିତ୍ୟ ରାୱତ, ନିଖିଳ କୁମାର, ଅନମୋଲଜିତ୍ ସିଂହ, ଆଦିତ୍ୟ ସିଂହ, ମହମ୍ମଦ ଏନାନ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking