18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମର୍ସିଡିଜ ଏଏମଜି ଇ୫୩ ବନାମ ଅଡି ଆରଏସ୫

ମର୍ସିଡିଜ ଏଏମଜି ଇ୫୩ ବନାମ ଅଡି ଆରଏସ୫

ନୂଆଦିଲ୍ଲୀ: ପ୍ରିମିୟମ ଲଗଜୁରୀ କାର ନିର୍ମାତା କମ୍ପାନୀ ମର୍ସିଡିଜ ବେଂଜ ଇଣ୍ଡିଆ ଭାରତରେ ନୂଆ ମଡେଲଗୁଡିକୁ ଲଂଚ କରିବା ଅଭିଯାନ ଜାରି ରଖିଛି । କମ୍ପାନୀର କହିବାନୁସାରେ ଏହି କାର ସେହି ଲୋକଙ୍କ ପାଇଁ ଯିଏ ଗୋଟିଏ ପର୍ଫମାନ୍ସ ଭେଇକଲ ଚଲାଇବା ପାଇଁ ଇଚ୍ଛା ରଖନ୍ତି । ମର୍ସିଡିଜ ଏଏମଜି ୫୩ ମଡେଲ ଭାରତରେ ପ୍ରଥମ ଥର ପାଇଁ ଲଂଚ କରାଯାଇଛି । ଯାହାର ପ୍ରାରମ୍ଭିକ ଏକ୍ସ ସୋରୁମ ମୂଲ୍ୟ ୧.୦୨ କୋଟି ରହିଛି ।  ମର୍ସିଡିଜ ଏଏମଜି ଇ୫୩ରେ ମର୍ସିଡିଜର ଇକ୍ୟୁ ବୁଷ୍ଟ ମାଇଲ୍ଡ ହାଇବ୍ରିଡ ସିଷ୍ଟମ ସହିତ ୩.୦ ଲିଟର, ୬ ସିଲିଣ୍ଡର ଇଂଜିନ ରହିଛି । ଏହି ପର୍ଫମାନ୍ସ ସେଡାନ କାର ୪୩୦ ଏଚପି ପାୱାର ଓ ୫୨୦ ଏନଏମର ପିକ ଟର୍କ ଜେନେରଟ କରିଥାଏ । ଏହି ଇଂଜିନ ସହିତ ଟ୍ରାନ୍ସମିଶନ ବିକଳ୍ପ ମଧ୍ୟରେ ୯ ସ୍ପିଡ ଗିୟରବକ୍ସ ମିଳିଥାଏ । ମର୍ସିଡିଜର ଏହି ଏଏମଜି ବେଇକେଲରେ ଏଏମଜି ସ୍ପେସିଫିକ ରେଡିଏଟର ଗ୍ରିଲ ଓ ପ୍ଲେଟ ଏଲଇଡି ହେଡଲ୍ୟାମ୍ପ ସହିତ ନୂଆ ଷ୍ଟାଇଲର ଫ୍ରଣ୍ଟ ସେକ୍ସନ ଦିଆଯାଇଛି । କାରର ପଛ ପଟ ଭାଗକୁ ମଧ୍ୟ ଅପଡେଟ କରାଯାଇଛି । ରିୟର ସେକ୍ସନରେ ଦୁଇ ନୂଆ ଓ ପ୍ଲେଟ ଟେଲ ଲାଇଟସ ଦିଆଯାଇଛି, ଯାହା ଏବେ ବୁଟ ଲିଡ ଯାଏ ପରିବ୍ୟାପ୍ତ । ଏଏମଜି ଇ ୫୩ ୪ଏମ ପ୍ଲସରେଏରୋଡାଇନାମିକ ରୂପରେ ଅନୁକୂଳିତ ୫ ଟ୍ୱିନ ସ୍ପୋକ ଡିଜାଇନରେ ୧୯ ଇଂଚର ଲାଇଟ ଅଲଏ ହ୍ୱିଲସ ଦିଆଯାଇଛି । ମର୍ସିଡିଜ ଗ୍ରେଫାଇଟ ଗ୍ରେ ମେଟାଲିକ, ମୋଜାବେ ସିଲଭର ମେଟାଲିକ ଓ ହାଇଟେକ ସିଲଭର ମେଟାଲିକ ସହିତ ଏକ୍ସଟିରିଅର କଲରର ରେଂଜ ବି ବଢାଇଛି ।
ଇଂଟେରିଅରରେ ହାଇ କ୍ୱାଲିଟି ବିଶିଷ୍ଟ ମାଟେରିଆଲ ବ୍ୟବହାର କରାଯାଇଛି । ଟଚସ୍କ୍ରିନ ଓ ଟଚପ୍ୟାଡ ସହିତ ଏମବିୟୁଏକ୍ସ ଇନଫୋଟେନମେଣ୍ଟ ସିଷ୍ଟମରେ ଇଂଟେଲିଜେଂଟ ଭଏସ କଣ୍ଟ୍ରୋଲ ପ୍ଲସ ଏଏମଜି ସେପ୍ସିଫିକ ଡିସପ୍ଲେ ଓ ସେଟିଂସ ରହିଛି ।
ସେହିପରି ଅଡି ଆରଏସ୫ରେ ୨.୯ ଲିଟର, ଟିଏଏଫଏସଆଇ ଟ୍ୱିନ ଟର୍ବୋ, ବି୬ ଇଂଜିନ ରହିଛି । ଏହି ଇଂଜିନ ୪୫୦ ପିଏସର ପାୱାର ଓ ୬୦୦ ନ୍ୟୁଟନ ମିଟରର ଟର୍କ ଜେନେରଟ କରିଥାଏ । ମୋଟରକୁ ୮ ସ୍ପିଡ ଅଟୋମେଟିକ ଗିୟରବକ୍ସରେ ଲାସ କରାଯାଇଛି । ଏହି ହାଇସ୍ପିଡ କାରରେ ୧୯ ଇଂଚର ଟାୟାର୍ସ ଦିଆଯାଇଛି । ନୂଆ ମଡେଲରେ ସିଙ୍ଗଲ ଫେମ ଗ୍ରିଲ ରହିଛି, ଯାହା ଚଉଡା । ଏଥିରେ ନୂଆ ମେଟ୍ରିକ୍ସ ଏଲଇଡି ହେଡଲାଇଟସ ରହିଛି ଓ ଡାଇନାମିକ ରିଅର ଇଣ୍ଡିକେଟର୍ସ ରହିଛି । ଏହି କାର ୩ ଡାଇମେନ୍ସନାଲ ଏଲଇଡି ରିୟର ଲାଇଟସ ଓ ପ୍ୟାନୋରମିକ ସନରୁଫରେ ଲାସ ରହିଛି ।
ମସାଜ ଫଙ୍କସନ, ଥ୍ରି ଜୋନ ଏୟାର କଣ୍ଡିସନିଂ ଓ ଆଭିଏଣ୍ଟରେ ଏହା ଲାସ ରହିଛି । ଏଥିରେ ଆଉଟି ସ୍ମାର୍ଟଫୋନ ଇଣ୍ଟରଫେଓ ରହିଛି, ଯାହା ଆପଲ ଓ ଆଣ୍ଡ୍ରଏଡ ସ୍ମୋର୍ଟଫୋନକୁ କନେକ୍ଟ କରିବ । ୩ଡି ସାଉଣ୍ଡ, ୧୯ ଲାଉଡସ୍ପିକର୍ସରେ ଏହା ଲାସ । ସୁରକ୍ଷା ପାଇଁ ଏଥିରେ ଏବିଏସ, ଇବିଡି, ପାର୍କ ଆସିଷ୍ଟମ, ୬ ଏୟାରବ୍ୟାଗ ଭଳି ଫିଚର୍ସ ରହିଛି । ଏହାର ମୁକାବିଲା ବିଏମଡବ୍ଲୁ ଏମ୪ ସହ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking