26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶପୁତିନ୍‌ଙ୍କୁ ଭେଟିଲେ ଡୋଭାଲ

ପୁତିନ୍‌ଙ୍କୁ ଭେଟିଲେ ଡୋଭାଲ

ମସ୍କୋ : ମସ୍କୋ ଗସ୍ତରେ ଥିବା ଏନ୍‌ଏସ୍‌ଏ ଅଜିତ୍ ଡୋଭାଲ୍ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କୁ ସାକ୍ଷାତ କରିଛନ୍ତି । ବ୍ରିକ୍ସ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀରେ ଯୋଗଦେବା ଉଦ୍ଦେଶ୍ୟରେ ରୁଷ୍ ଗସ୍ତରେ ଅଛନ୍ତି ଡୋଭାଲ୍ । ଡୋଭାଲ ଓ ପୁତିନ୍ ହାତମିଳାଇବା ଏବଂ ଆଲୋଚନା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଭାରତରେ ଥିବା ରୁଷ ଦୂତାବାସ ପକ୍ଷରୁ ପୁତିନ୍‌-ଡୋଭାଲ ଭେଟଘାଟର ଫଟୋ ଶେୟାର କରାଯାଇଛି ।
ରୁଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ଦିଗରେ ଭାରତ ଅନ୍ୟତମ ମଧ୍ୟସ୍ଥି ରାଷ୍ଟ୍ର ହୋଇପାରିବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ନିକଟରେ ଘୋଷଣା କରିବା ପରେ ପରେ ଭାରତ ପକ୍ଷରୁ ଅଜିତ୍ ଡୋଭାଲ୍ ରୁଷ୍ ଗସ୍ତରେ ଯାଇଛନ୍ତି । ଭାରତ ରୁଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ଦିଗରେ ନିଜ ପ୍ରୟାସ ଜାରି ରଖିଛି ବୋଲି ଦୃଢ଼ୋକ୍ତି କରିଆସୁଥିବା ବେଳେ ଏବେ ଏହା ବିଶ୍ୱସ୍ତରରେ ମଧ୍ୟ ଦୃଢ଼ ବିଶ୍ୱାସ ସୃଷ୍ଟି କରିପାରିଛି । ଅଜିତ୍ ଡୋଭାଲ୍‌ଙ୍କ ଗସ୍ତ ରୁଷ-ୟୁୂକ୍ରେନ୍ ଯୁଦ୍ଧ ପ୍ରାସଙ୍ଗିକ ହୋଇଥାଏ ତେବେ ଭାରତ ପକ୍ଷରୁ ଅଜିତ୍ ଡୋଭାଲ୍ ଏବେ ଶାନ୍ତି ଦୂତ ସାଜିଛନ୍ତି ବୋଲି ମତ ପ୍ରକାଶ ପାଇଛି । ତେବେ ଏସବୁ ମଧ୍ୟରେ ଡୋଭାଲ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାନ୍ତି ବାର୍ତ୍ତାକୁ ପୁତିନ୍‌ଙ୍କ ସମ୍ମୁଖରେ ରଖିଥିବା ଜଣାପଡିଛି । ମୋଦୀ ନିକଟରେ ୟୁକ୍ରେନ୍ ଗସ୍ତ କରିଥିବା ଏବଂ ସେଠାରେ ରାଷ୍ଟ୍ରପତି ଭି. ଜେଲେନ୍‌ସ୍କିଙ୍କ ସହ କରିଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଡୋଭାଲ, ପୁତିନ୍‌ଙ୍କୁ ସୂଚୀତ କରିଛନ୍ତି । ବୁଧବାର ଡୋଭାଲ ରୁଷ ପ୍ରତିପକ୍ଷ ଏନ୍‌ଏସ୍‌ଏ ସେରଭେଇ ଶୋଇଗୁଙ୍କ ସହ ବିଭିନ୍ନ ପ୍ରସ୍ତଙ୍ଗରେ ମଧ୍ୟ ଭାରତୀୟ ଏନ୍‌ଏସ୍‌ଏ ଡୋଭାଲ୍ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସାମୂହିକ ସ୍ୱାର୍ଥ ଉପରେ ଦୁଇ ଅଧିକାରୀ କଥା ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ସମଗ୍ର ବିଶ୍ୱ ଏବେ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛି ଯେ, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତ ହିଁ ସଫଳତାର ସହ ମଧ୍ୟସ୍ଥତା କରିପାରିବ ଏବଂ ଯୁଦ୍ଧ ଶେଷ କରିବା ଦିଗରେ ଏକ ନିର୍ଣ୍ଣୟକ ଭୂମିକା ଗ୍ରହଣ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking