34.5 C
Bhubaneswar
Tuesday, April 7, 2026
Homeଓଡିଶାନଡ଼ା ଜାଳିଲେ ଦେବାକୁ ହେବ ଡ଼ବଲ ଜରିମାନା

ନଡ଼ା ଜାଳିଲେ ଦେବାକୁ ହେବ ଡ଼ବଲ ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। ଆଉ ଏହି ପ୍ରଦୂଷଣ ପାଇଁ ମୁଖ୍ୟତଃ ପଡୋଶୀ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶରେ ଚାଷୀଙ୍କ ନଡ଼ା ଜାଳିବାକୁ ଦାୟୀ କରାଯାଉଛି। ତେବେ ଏହି ନଡ଼ା ଜାଳିବାକୁ ନେଇ ସୁପ୍ରିମକୋର୍ଟ ନିକଟରେ ତୀବ୍ର କ୍ଷୋଭ ପ୍ରକାଶ କରିବା ପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ ନଡା ଜାଳୁଥିବା ଚାଷୀଙ୍କ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସେମାନଙ୍କ ଉପରେ ଦ୍ୱିଗୁଣ ଜରିମାନା ଲାଗୁ କରାଯିବ। ମୁଖ୍ୟତଃ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ। ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ଏବଂ ୨ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ।
ପ୍ରକାଶ, ଗତ ମାସରେ ସୁପ୍ରିମକୋର୍ଟ ନଡ଼ା ଜାଳିବାକୁ ନେଇ ଦିଲ୍ଲୀ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ଏହାପରେ କେନ୍ଦ୍ର ସରକାର ଯେଉଁମାନେ ନଡ଼ା ଜାଳୁଛନ୍ତି ସେମାନଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରି ଜରିମାନା ପରିମାଣ ଦ୍ୱିଗୁଣିତ କରିଛନ୍ତି। ଜାତୀୟ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ୨୦୨୧ ଅନୁଯାୟୀ ଏହି ନିୟମଗୁଡ଼ିକରେ ସଂଶୋଧନ କରାଯାଇଛି। ସୂଚନାଯୋଗ୍ୟ, ପ୍ରଦୂଷଣକୁ ନେଇ ଦିଲ୍ଲୀ-ଏନ୍‌ସିଆର ଭଳି ସହରରେ ରହୁଥିବା ଲୋକଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ବ୍ୟକ୍ତିଗତ ଯାନବାହାନରୁ ଧୂଆଁ ବାହାରିବା ବ୍ୟତୀତ ହରିଆଣା ଏବଂ ପଞ୍ଜାବର ଚାଷୀଙ୍କ ଦ୍ୱାରା ଜଳାଯାଉଥିବା ନଡ଼ାରୁ ବାହାରୁଥିବା ଧୂଆଁ ପ୍ରଦୂଷଣକୁ ଆହୁରି ଖରାପ କରିଛି। ଏଠାକାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପଡିବା ସହ ସେମାନଙ୍କ ଜୀବନକୁ କଷ୍ଟସାଧ୍ୟ ମଧ୍ୟ କରୁଛି। ବାୟୁର ଗୁଣବତ୍ତା ମାନ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking