25.9 C
Bhubaneswar
Monday, April 6, 2026
Homeଓଡିଶାଡବଲ ଇଞ୍ଜିନ ସରକାର ନେଇ ଡିଣ୍ଡିମ ପିଟୁଛନ୍ତି : ବିଜେଡି

ଡବଲ ଇଞ୍ଜିନ ସରକାର ନେଇ ଡିଣ୍ଡିମ ପିଟୁଛନ୍ତି : ବିଜେଡି

ଭୁବନେଶ୍ୱର : ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ଓ ଅସଦାଚରଣ ପ୍ରସଙ୍ଗ । ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଲା ବିଜେଡି । ଭରତପୁର ଥାନାରେ ଥାନା ଭିତରେ ପୁଲିସ ଯେଭଳି ନିର୍ଦ୍ଦୟ ବ୍ୟବହାର କରିଥିବା ଅଭିଯୋଗ ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ସେଦିନ ଏଏସଓଙ୍କ ପତ୍ନୀ କାନ୍ଦିଥିଲେ ଏବଂ ଆଜି ମେଜରଙ୍କ ବାନ୍ଧବୀ ଅଙ୍କିତା କାନ୍ଦୁଥିବା ବିଜେଡି କହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି, ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା କଣ ଓଡ଼ିଆ ଅସ୍ମିତା, ସରକାରଙ୍କ ୧୦୦ଦିନ କାର୍ଯ୍ୟ ପୂରିଥିଲେ ବି ସରକାର କଣ କରୁଛନ୍ତି। ୧୦୦ଦିନର ସରକାର ଓଡ଼ିଶାର ମୁଣ୍ଡକୁ ତଳକୁ କରିଛି ବୋଲି କହିଛି ବିଜେଡି। ଘଟଣା ନେଇ ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବିଜେଡି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking