ଭୁବନେଶ୍ୱର : ସକାଳ ସମୟ ଅତି ଶୁଭ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ସକାଳେ କରାଯାଇଥିବା କେତେକ କାର୍ଯ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଅଶୁଭ ବୋଲି ବିବେଚନା କରାଯାଏ । ଏହି କାର୍ଯ୍ୟଗୁଡ଼ିକ ଆମ ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟଗୁଡିକ ବିଷୟରେ…
ଅଇଁଠା ବାସନ ଦେଖିବା….
ସକାଳେ ଉଠି ଅଇଁଠା ବାସନ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ । ଏହି ଦ୍ୱାରା, ଜୀବନରେ ନକାରାତ୍ମକ ଶକ୍ତି ପ୍ରାଧାନ୍ୟ ଦେଇଥାଏ । ଅଇଁଠା ବାସନ ଦେଖିବା ଆପଣଙ୍କ ଦିନକୁ ଖରାପ କରିଥାଏ । ରାତ୍ରିରେ ରୋଷେଇ ଘରେ ଅଇଁଠା ବାସନ ଛାଡିଲେ ଜୀବନରେ ଦାରିଦ୍ରତା ଆସିଥାଏ । ଯଦି କୌଣସି କାରଣରୁ ଆପଣ ରାତିରେ ଅଇଁଠା ବାସନ ସଫା କରିନଥାନ୍ତି, ତେବେ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି ସକାଳି ଉଠି ତାହା ଉପରେ ଆପଣଙ୍କ ନଜର ନପଡେ ।
ନିଜ ଛାଇ ଦେଖିବା….
ସକାଳେ ଉଠି ନିଜ ଛାୟା ଦେଖିବା ଉଚିତ୍ ନୁହେଁ, ନଚେତ୍ ଏହା ନକାରାତ୍ମକ ଫଳାଫଳ ଦେଇଥାଏ । ସକାଳେ ନିଜର ଛାୟା ଦେଖିବା ଦ୍ୱାରା ଜୀବନରେ ମାନସିକ ଚାପ ବଢିଥାଏ ଏବଂ ନକାରାତ୍ମକତା ସ୍ୱଭାବ ଆସିଥାଏ । ଏହି କାରଣରୁ, ଘରେ ଅସନ୍ତୋଷ ଦେଖାଦେଇଥାଏ । ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ କୌଣସି ବନ୍ୟଜନ୍ତୁଙ୍କ ଛବି ନ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ଥାଏ ।
ଦର୍ପଣ ଦେଖିବା….
ସକାଳୁ ଉଠି ଦର୍ପଣରେ ନିଜ ଚେହାରା ଦେଖିବା ଉଚିତ୍ ନୁହେଁ । ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ଆସିଥାଏ । ଯଦି ଆପଣଙ୍କ ଘରେ ଏପରି କୌଣସି ସ୍ଥାନରେ ଦର୍ପଣ ଥାଏ, ଯଥା ସମ୍ଭବ ତାହାର ସ୍ଥାନ ବଦଳାଇ ଦିଅନ୍ତୁ ।