28.1 C
Bhubaneswar
Saturday, January 17, 2026
Homeଓଡିଶାଭୁଲ ଭୁଲେୟା କାହାଣୀ କୁହନ୍ତୁନି: ଅରବିନ୍ଦ

ଭୁଲ ଭୁଲେୟା କାହାଣୀ କୁହନ୍ତୁନି: ଅରବିନ୍ଦ

ଭୁବନେଶ୍ୱର: ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଅରବିନ୍ଦ ମହାପାତ୍ର । କହିଲେ ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ । ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ । କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ । ସଂଗଠିତ କରିବା ଅଭିଯୋଗ ନେଇ କହିଲେ ମୁଁ ମାତ୍ର ଦେଢ ବର୍ଷର ବିଧାୟକ । ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର । ସିଙ୍ଗିଲ ୱାର୍ଡ କହି ଖସିଯିବା ଅନୁଚିତ । ପ୍ରମାଣିତ କରନ୍ତୁ । ଆହୁରି କହିଛନ୍ତି ବାପା ସ୍ୱତନ୍ତ୍ର, ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ । ସନାତନ ମହାକୁଡ ବରିଷ୍ଠ ନେତା , ବିଧାନସଭାରେ କେବଳ ଦେଖା ହୋଇଛି । ଲବିରେ ମଧ୍ୟ ସନାତନ ମହାକୁଡଙ୍କ ସହ ମୋର ସାକ୍ଷାତ ହୋଇନି । ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି । ପାଟକୁରା ବିଧାୟକ ପଦରୁ ହଟାଇ ପାରିବେନି, ବିକାଶ କରିବି । ସୂଚନାଥାଉ ଦଳ ବିରୋଧୀ କାର୍ଯ୍ୟ କିବାରୁ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଛନ୍ତି ।ବର୍ତ୍ତମାନ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।

ମିଡ୍ ଡେ’ ଅପରେସନ୍ ବି ଫେଲ୍‌: ଲେନିନ୍

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking