ନବୀନ ସରକାର ସମୟରେ ହାଡୁଆ ସେଚ ପ୍ରକଳ୍ପର ଡ୍ୟାମ ଓ ସ୍ପିଲୱେ ଲୋକାର୍ପିତ ହୋଇଥିଲା
ଗତ ୨୦ ମାସରେ ବାରମ୍ୱାର ଭୂତଳ ଜଳବାହୀ କେନାଲ ପ୍ରକଳ୍ପ ଟେଣ୍ଡର ବାତିଲରୁ ଅହେତୁକ ବିଳମ୍ୱ
ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବଡ଼ମ୍ୱା ନରସିଂହପୁର ଚାଷୀଙ୍କର ଆଶାର ହାଡୁଆ ମଧ୍ୟମ ସେଚ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ୨୦୨୪ ରେ ନବୀନ ବାବୁଙ୍କ ଦ୍ୱାରା ଡ୍ୟାମ ଓ ଆନୁଷଙ୍ଗିକ ମୁଖ୍ୟ କାର୍ଯ୍ୟ ଲୋକାର୍ପିତ ହେବା ଓ ଏହାର ଭୂତଳ ଜଳବାହି କେନାଲ ସିଷ୍ଟମ୍ (ଟଏଚଖ ଉଇଘଇଖ ଝଣଝଞଋଗ) ଶୁଭାରମ୍ଭ କରିବା ସହିତ ୨୦୨୫ ସୁଦ୍ଧା ଚାଷୀଙ୍କୁ ଜଳ ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗଲା ୨୦ ମାସରେ ଏଥିପାଇଁ ତ୍ୱରାନ୍ୱିତ ନିଷ୍ପତି ନନେବା ଫଳରେ ଅହେତୁକ ବିଳମ୍ୱ ହୋଇଛି ବୋଲି କୁହାଯାଇଛି । ୨୦୨୬ ଆର୍ଥିକ ବର୍ଷ ସୁଦ୍ଧା କେନାଲ ବ୍ୟବସ୍ଥା ସଂଲଗ୍ନ ବିଦୁ୍ୟତ୍ ଉତ୍ପାଦନ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଏହି ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ନବୀନ ସରକାର ନିଷ୍ପତି ନେବା ଓ ସୁପାରିସ କରିବା ପରେ ୨୦୦୧ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଜଳ ଆୟୋଗ, ଜଙ୍ଗଲ ପରିବେଶ ୧ମ ପର୍ଯ୍ୟାୟ ମଞ୍ଜୁରୀ , ପୁନର୍ବାସ ପାଇଁ ଜନଜାତି ବିଭାଗର ୨୦୦୪ରେ ମଞ୍ଜୁରୀ, ୨୦୦୭ରେ ଜଙ୍ଗଲ ଓ ପରିବେଶର ୨ୟ ପର୍ଯ୍ୟାୟ ମଞ୍ଜୁରୀ ହାସଲ କରାଯାଇଥିଲା । ଏହି ପ୍ରକଳ୍ପର ଉଦଘୋଷଣା ସେତେବେଳେର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନରସିଂହପୁର ଠାରେ କରାଯାଇ ତା’ର କାର୍ଯ୍ୟାଳୟ ଓ ଆନୁଷ୍ଠାନିକ ଭିତ୍ତିଭୂମିର ଶୁଭାରମ୍ଭ କରାଯାଇଥିଲା ।
ଏହାର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ଯୋଜନା କମିଶନ, ଅର୍ଥବିଭାଗ ପ୍ରଥମ ଥର ପାଇଁ ମଧ୍ୟମ ସେଚ ପ୍ରକଳ୍ପକୁ ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି ନାବାର୍ଡରେ ଅନ୍ତର୍ଭୁକ୍ତ କରିଥିଲେ । କିନ୍ତୁ ମାଟି ଡ୍ୟାମ କରିବା ତାପରେ କଂକ୍ରିଟ ଡ୍ୟାମ ପାଇଁ ବିଭିନ୍ନ ବୈଷୟିକ ନିଷ୍ପତିର ସମୟ ସାପେକ୍ଷତା ଏହା ୨୦୧୫ ଯାଏ ନୂତନ ଡିଜାଇନ୍ର ୮୭ତମ ବୈଷୟିକ କମିଟି ବୈଠକ ରେ ଅନୁମୋଦିତ ହୋଇଥିଲା । କିନ୍ତୁ ଇତି ମଧ୍ୟରେ ମେଗାଲିଫ୍ଟ ସେଚ ବ୍ୟବସ୍ଥା ଯୋଗୁ ପ୍ରସ୍ତାବିତ ଆନିକଟ ସମ୍ପୂର୍ଣ୍ଣ ଉପଲବ୍ଧ ନହେବାରୁ ପ୍ରକଳ୍ପଟି ବନ୍ଦ ଅବସ୍ଥାରେ ଥିବା ବେଳେ ୨୦୧୭ରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ପରିବର୍ଦ୍ଧିତ ଆନିକଟ ପାଇଁ ନିଷ୍ପତି ହୋଇ ୨୦୨୦ରେ ରାଜ୍ୟସ୍ତରୀୟ ୧୦୨ତମ ବୈଷୟିକ କମିଟିରେ ନିଷ୍ପତି ପରେ ସରକାର ୬୭୩ କୋଟି ଟଙ୍କାର ସମୁଦାୟ ପ୍ରକଳ୍ପକୁ ମଞ୍ଜୁରୀ ଦିଆଗଲା ଓ ମୁଖ୍ୟ ଡ୍ୟାମ ସ୍ପିଲୱେ କାମ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇ ୨୪ରେ ପ୍ରାୟ ଶେଷ ପର୍ଯ୍ୟାୟକୁ ଆସିଥିଲା । ଭୂତଳ ଜଳ ବାହି କେନାଲ ସିଷ୍ଟମ୍ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୨୪ କୋଟି ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇଥିଲା । ଡ୍ୟାମ ଓ ମହାକାଳୀ ପୀଠକୁ ଯୋଡ଼ିବା ପାଇଁ ପ୍ରକଳ୍ପ ରୁ ପୂର୍ବରୁ ଦୁଇଟି ପୋଲ ଦିଆଯାଇଥିବା ବେଳେ ୨୦୨୪ ରେ ନବୀନ ବାବୁ ବଡ଼ମ୍ୱା ଜନ ସଭାରେ ଏହାକୁ ଆଭାସୀ ମାଧ୍ୟମରେ ଆଉ ୩୦ କୋଟି ଟଙ୍କାର ସିଧାସଳଖ ରାସ୍ତା ଦିଆଯାଇଥିଲା । କଂସେଇଲୋ ଠାରେ ପୁନର୍ବାସ କଲୋନୀ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବୋଲି କୁହାଯାଇଛି ।ଏହି ପ୍ରକଳ୍ପର ପରିସରକୁ ଗଲାବର୍ଷ ୩ ସପ୍ତାହରୁ ଉଦ୍ଧ୍ୱର୍ ବନ୍ଦ କରି ରଖିବା କାର୍ଯ୍ୟାନ୍ୱୟନ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା ।ଏହାକୁ ବିଳମ୍ୱିତ ନକରି କାର୍ଯ୍ୟକାରୀ କରିବା ସହିତ ଭୂତଳ ଜଳବାହୀ କେନାଲର କାର୍ଯ୍ୟକ୍ରମରେ ପୂର୍ବ ପ୍ରକଳ୍ପିତ ଚାଷ ଅଞ୍ଚଳ ରେ ରବି ଚାଷ ପାଇଁ ଜଳ ଯୋଗାଣ ନିଶ୍ଚିନ୍ତ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।










