28.3 C
Bhubaneswar
Saturday, August 1, 2026
Homeଦେଶ ବିଦେଶସଂସଦରେ 'ଚାନ୍ଦା ଚୋରି' ନାଟକ!

ସଂସଦରେ ‘ଚାନ୍ଦା ଚୋରି’ ନାଟକ!

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ମଧ୍ୟରେ ବିରୋଧୀ ଦଳର ସାଂସଦ ମାନେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ଲୋକସଭା ପରିସରରେ ଚାନ୍ଦା ଚୋରି ପ୍ରସଙ୍ଗକୁ ନେଇ ଏକ ପ୍ରତୀକାତ୍ମକ ଲଘୁ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହି ନାଟକରେ ସ୍ୱାଧୀନ ସାଂସଦ ପପୁ ଯାଦବ ଭଗବା ବସ୍ତ୍ର ପିନ୍ଧି ପୂଜାରୀ ଭୂମିକାରେ ଅଭିନୟ କରିଥିଲେ । ବିରୋଧୀ ଦଳ ପକ୍ଷରୁ ଏକ ପ୍ରତୀକାତ୍ମକ ଦାନପାତ୍ର ରଖାଯାଇଥିଲା । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସେଠାରେ ପହଞ୍ଚି ଦାନପାତ୍ରରେ ଟଙ୍କା ପକାଇଥିଲେ । ଏହାପରେ ନାଟକୀୟ ଢଙ୍ଗରେ ପପୁ ଯାଦବ ଦାନପାତ୍ର ନେଇ ଦୌଡିବା ଆରମ୍ଭ କରିଥିଲେ । ସାଥୀ ସଂସଦମାନେ ତାଙ୍କୁ ଅଟକାଇବା ସହ ଚନ୍ଦା ମୋର, ଗଦ୍ଦୀ ଛାଡ ସ୍ଲୋଗାନ ଦେଇଥିଲେ । ସଂସଦ ପରିସରରେ ବିରୋଧୀଙ୍କ ଏହି ନାଟକୀୟ ପ୍ରତିବାଦ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking