ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରାଧ୍ୟକ୍ଷ ଡୋନାଲ୍ଡ ଟ୍ରମ୍ପ। ପୁଣି ଥରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟ ସକ୍ରିୟ କରିଛନ୍ତି ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି। ଗତ ୨୦୨୧ ବର୍ଷରେ ହୋଇଥିବା ବହୁଚର୍ଚ୍ଚିତ କ୍ୟାପିଟାଲ୍ ହିଲ୍ସ ହିଂସାକାଣ୍ଡ ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁନର୍ବାର ସକ୍ରିୟ କରିଛନ୍ତି।
ସେହିବର୍ଷ ହୋଇଥିବା କ୍ୟାପିଟାଲ୍ ହିଲ୍ ଆକ୍ରମଣ ପରେ ଟ୍ରମ୍ପ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ କରିଦେଇଥିଲେ। ହେଲେ ବର୍ତ୍ତମାନ ସେ ପୁଣି ଥରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ସକ୍ରିୟ କରାଇବା ପରେ ତାଙ୍କର ସୁପରହିରୋ ପୋଷ୍ଟର ପୋଷ୍ଟ କରିଥିଲେ। ଲୋକେ ତାଙ୍କର ଏହି ପୋଷ୍ଟର ଦେଖିବା ପରେ ଆଶ୍ଟର୍ଯ୍ୟଚକିତ ହୋଇଯାଇଛନ୍ତି। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଡିଜିଟାଲ ଟ୍ରେଡିଂ କାର୍ଡ ବିକ୍ରୟ କରିବା ପାଇଁ ସୋସିଆଲ ମିଡିଆ ସାହାରା ନେଇଛନ୍ତି ଏବଂ ଏହା ସହିତ ଜଡିତ ଅନେକ ପୋଷ୍ଟ ମଧ୍ୟ କରିଛନ୍ତି।