ନୂଆଦିଲ୍ଲୀ : କୁହାଯାଏ ସବୁଠୁ ବିଶ୍ୱସ୍ତ ପ୍ରାଣୀ ହେଉଛି କୁକୁର । କୁକୁର ନିଜ ମାଲିକ କୁ ବିନା ସ୍ୱାର୍ଥରେ ଭଲ ପାଇଥାଏ । ସେଭଳି ଏକ ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ନିଜ ମାଲିକକୁ ଅପେକ୍ଷା କରି ୪ ମାସ ଧରି ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଛି । ରିପୋର୍ଟ ଅନୁଯାୟୀ ,ବ୍ରାଜିଲର ସୋଆ ପାଓଲ ସ୍ଥିତ ଏକ ପାର୍କରେ ଜଣେ ବ୍ୟକ୍ତି ପୋଷା କୁକୁରର ମାଲିକକୁ ଛୁରୀରେ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲା । ଚିକିତ୍ସା ପାଇଁ ମାଲିକଙ୍କୁ ସାନ୍ତା କାସା ଡେ ନୋଭୋ ହେରିଜୋଣ୍ଟହସ୍ପିଟାଲ ନିଆଯାଇଥିଲା । କିନ୍ତୁ ମାଲିକଙ୍କୁ ନିଜର ପୋଷା କୁକୁରକୁ ଛାଡିବାକୁ ପଡିଲା । ମେଡିକାଲ ଟିମ୍ ପଶୁ ମାନଙ୍କୁ ଆମ୍ବୁଲାନ୍ସ ରେ ନେବା ଅନୁମତି ନଥିଲା । ପୋଷା କୁକୁର ମାଲିକଙ୍କୁ ଛାଡିବାକୁ ନାରାଜ ନ ଥିଲା । ଆମ୍ବୁଲାନ୍ସ ର ପିଛା କରି ଚାଲିଲା । ହସ୍ପିଟାଲର ବାହାରେ ନିଜ ମାଲିକଙ୍କୁ ଅପେକ୍ଷା କରି ରହିଲା । ମାଲିକ କେତେବେଳେ ବାହାରକୁ ଆସିବେ । କିନ୍ତୁ ଦୁଃଖର ବିଷୟ ଏହା କି ହସ୍ପିଟାଲ ରେ ମାଲିକଙ୍କ ମୃତ୍ୟୁ ହୋଇ ଯାଇଛି ।ଯେତେବେଳେ ଏହି ପୋଷା କୁକୁରର କାହାଣୀ କ୍ରିଷ୍ଟିନ ସରଡେଲା ଜାଣିଲେ ସେ ନିଜ ଫେସବୁକ ରେ ଏହାକୁ ଶେୟାର କରିଥିଲେ । ସେ ଲେଖିଥିଲେ କି ଆମକୁ ପଶୁ ମାନଙ୍କ ଠାରୁ କିଛି ଶିଖିବାକୁ ପଡିବ । ପୋଷା କୁକୁରଟି ସବୁ ବେଳେ ହସ୍ପିଟାଲର ବାହାରେ ନିଜ ମାଲିକକୁ ଅପେକ୍ଷା କରି ରହିଥାଏ, କେତେବେଳେ ମାଲିକ ଆସି ପହଁଚିବ । କ୍ରିଷ୍ଟିନ ଏହା ମଧ୍ୟ ଲେଖିଥିଲେ ଯେ , ପୋଷା କୁକୁରକୁ ଅନେକ ଲୋକ ଖାଇବାକୁ ଦେଇଥିଲେ । କୁକୁରର ନିଜ ମାଲିକ ପ୍ରତି ସଚ୍ଚା ଭଲପାଇବା ଥିଲା । ପଶୁ ମାନେ ମଣିଷ ମାନଙ୍କୁ ସଚ୍ଚା ଭଲପାଇବା ଶିଖାଇଥାନ୍ତି । କ୍ରିଷ୍ଟିନ ଙ୍କ ଫେସବୁକ ରେ ପୋଷ୍ଚଟ ପରେ ପୋଷା କୁକୁରକୁ ଜଣେ କେହି ନେଇଥିଲେ । କିନ୍ତୁ ସେ କୁଆଡେ ଚାଲିଗଲା । ଏବେ ଆଉ ସେ କୁକୁର ର କୈାଣସି ବି ଠିକଣା ନାହିଁ ।