25.1 C
Bhubaneswar
Monday, October 21, 2024
Homeଓଡିଶା୨୦ରୁ କନିଷ୍ଠ ଶିକ୍ଷକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ

୨୦ରୁ କନିଷ୍ଠ ଶିକ୍ଷକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥିଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆସନ୍ତା ୨୦ରୁ ଆରମ୍ଭ ହେବ । ଏହା ଜିଲାସ୍ତରରେ କ୍ୟାଟାଗୋରୀ-୧ ପାଇଁ ୨୦ଏବଂ କ୍ୟାଟାଗୋରୀ-୨ ପାଇଁ ୨୧ତାରିଖରେ ଅନୁଷ୍ଠିତ ହେବ । ଏ ନେଇ ମଙ୍ଗଳବାର ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସୂଚନା ଦିଆଯାଇଛି । ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ କଣ ଆବଶ୍ୟକ, କେଉଁଠି ହେବ ଏବଂ ଅନ୍ୟାନ୍ୟ ବିଷୟରେ ଓସେପା ୱେବସାଇଟ୍‌ରେ ଉପଲବ୍ଧ ଅଛି । ସୂଚନାଯୋଗ୍ୟ, କନିଷ୍ଠ ଶିକ୍ଷକ ଲିଖିତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିଲା । କଳା, ବିଜ୍ଞାନ, ତେଲୁଗୁ, ଉର୍ଦ୍ଧୁ ଓ ବଙ୍ଗାଳୀ ଶିକ୍ଷକ ପାଇଁ ମୋଟ୍ ୧୮,୭୮୮ ଜଣ ତାଲିକାରେ ସ୍ଥାନ ପାଇଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୯,୯୮୨ଜଣ ସ୍ଥାନ ପାଇଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୮,୮୦୬ ଜଣ ଆଶାୟୀ ସ୍ଥାନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking